ଭୁବନେଶ୍ୱର (ଏଟିଆର ବ୍ୟୁରୋ); ପୁଣି ଜାତୀୟସ୍ତରରେ ଝଲସିଲେ ଓଡିଆ ବୋହୂ । ଓଡିଶାର ଟେକ ରଖିଛନ୍ତି ପ୍ରତିମା ପଣ୍ଡା । ନୂଆଦିଲ୍ଲୀରେ ଆୟୋଜିତ ହୋଇଥିବା ‘ମିସେସ କ୍ୱିନ୍ ୟୁନିଭର୍ସ’ ଟାଇଟଲ ହାତେଇଛନ୍ତି ପ୍ରତିମା । ଏହି ଟାଇଟଲ ହାତେଇବା ପରେ ତାଙ୍କ ପାଖକୁ ଛୁଟିଛି ପ୍ରଂଶସାର ସୁଅ । ଘର କାମ କରି ସୁନା ବୋହୂ ହେବା ସହିତ ଏତେ ବଡ ପ୍ରତିଯୋଗିତାରେ ଓଡିଶାର ନାଁ ରଖିବା ପରେ ପ୍ରତିମାଙ୍କ ଅନେକ ପ୍ରଂଶସକ ଭୁରି ଭୁରି ପ୍ରଂଶସା କରିଛନ୍ତି ।
ନୂଆଦିଲ୍ଲୀରେ ମିସେସ ଇଣ୍ଡିଆ ହୋମ ମେକର ପକ୍ଷରୁ ଆୟୋଜିତ ହୋଇଥିଲା ଏହି ପ୍ରତିଯୋଗିତା । ଏଥିରେ ଚାଇନା ସମେତ ବିଭିନ୍ନ ରାଜ୍ୟର ୪୬ଜଣ ପ୍ରତିଯୋଗି ଭାଗ ନେଇଥିଲେ । ତେବେ ଏହି ସବୁ ପ୍ରତିଯୋଗୀଙ୍କୁ ପଛରେ ପକାଇ ଟାଇଟଲ ହାସଲ କରିବାରେ ସକ୍ଷମ ହୋଇଛନ୍ତି ପ୍ରତିମା । ପ୍ରତିଯୋଗିତା ଆରମ୍ଭରୁ ସେ ସମସ୍ତଙ୍କ ନମ କିଣି ନେଇଥିଲେ ।
ପ୍ରତିମାଙ୍କ ଘର ଭୁବନେଶ୍ୱରରେ । ଘରର ସୁନା ବୋହୂ । ଘର କାମ ସହିତ ନିଜର ରୁଚି ଥିବା ମଡେଲିଂ ମଧ୍ୟ କରନ୍ତି ପ୍ରତିମା । ତେବେ ସେ ଆଗାମି ଦିନରେ ଓଡିଆ ଫିଲ୍ମରେ କାମ କରିବାର ଆଶା ରଖିଛନ୍ତି । ଏବଂ ଏକ ମଡେଲ ସ୍କୁଲ ଖୋଲିବାର ସ୍ୱପ୍ନ ମଧ୍ୟ ଦେଖିଛନ୍ତି । ତେବେ ପ୍ରତିମା ନିଜର ସମସ୍ତ ଶ୍ରେୟ ପରିବାରକୁ ଦେଇଛନ୍ତି । ସମସ୍ତଙ୍କ ଆଶିର୍ବାଦ ଏବଂ ଭଲ ପାଇବା ପାଇଁ ସେ ଆଜି ଏତେ ବଡ ଟାଇଟଲ ହାସଲ କରିବାରେ ସକ୍ଷମ ହୋଇଛନ୍ତି ।