ବହ୍ମପୁର(ଏଟିଆର ବ୍ୟୁରୋ): ଢ଼େରଦିନ ହେବ ପୂରା ଅଞ୍ଚଳରେ ଆତଙ୍କ ଖେଳାଇ ଆସୁଥିବା ଏକ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ବ୍ରହ୍ମପୁର ପୁଲିସ । ଘଟଣାରେ ସମ୍ପୃକ୍ତ ମାଷ୍ଟରମାଇଣ୍ଡ ସମେତ ମୋଟ ୯ଜଣଙ୍କୁ ଗିରଫ କରିଛି ପୁଲିସ । ସେମାନଙ୍କ ପାଖରୁ ମୋବାଇଲ, ମାରଣାସ୍ତ୍ର ସମେତ ଅଫୁଟା ଗୁଳି ଜବତ ହୋଇଥିବା ସୂଚନା ମିଳିଛି । ତେବେ ଏହି ଗ୍ୟାଙ୍ଗ ପାଇଁ ପୂରା ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ଥିଲେ । ଗ୍ୟାଙ୍ଗକୁ ଠାବ କରିବା ନେଇ ସେମାନେ ପୂର୍ବରୁ ଏସପିଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଥିଲେ । ଯଉଁଥିରେ ଆଜି ପୂର୍ନଚ୍ଛେଦ ପକାଇଛି ପୁଲିସ ।
ପୂରା ଘଟଣାଟି ଏହିପରି, ନରେନ୍ଦ୍ରପୁର ଗାଁରେ ଆତଙ୍କ ଖେଲାଇ ଆସୁ୍ଥିଲା ଏହି ଗ୍ୟାଙ୍ଗ । ଯାହାପାଇଁ ସ୍ଥାନୀୟ ଲୋକଙ୍କ ସମେତ ପୂରା ପୁଲିସ ଡିପାର୍ଟମେଣ୍ଟର ମୁଣ୍ଡ ବିନ୍ଧା ହୋଇଥିଲା । ତେଣୁ ଗ୍ୟାଙ୍ଗକୁ ଧରିବା ଲାଗି ଆରମ୍ଭ ହୋଇଥିଲା ପ୍ରିପ୍ଲାନ । ତେବେ ଆଜି ସକାଳୁ ଗୋପାଳପୁର ଥାନା ଅର୍ନ୍ତଗତ ବଡକୁଶସ୍ଥଳୀ ଗାଁ ନିକଟରେ ଲୁଟ ଯୋଜନା କରୁଥିବାର ସୁରାକ ପୁଲିସ ପାଇବା ପରେ ଆରମ୍ଭ ହୋଇଥିଲା ଅପରେସନ । ତେବେ ପୁଲିସ ଅଚାନକ୍ ଚଢ଼ାଉରେ ଭୟଭିତ ହୋଇପଡିଥିଲେ ଅପରାଧୀ ଗ୍ୟାଙ୍ଗ୍ । ସଙ୍ଗେ ସଙ୍ଗେ ବୋମା ମାଡ କରିଥିଲେ । ପୋଲିସ ବି ନଚ୍ଛୋଡ ବନ୍ଧା । ଶେଷରେ ପୁଲିସ ମୁଖ୍ୟ ଅଭିଯୁକ୍ତ ଶିବ ସେଠୀ ସମେତ ଗ୍ୟାଙ୍ଗର ଅନ୍ୟ ୯ ଜଣକୁ ଗିରଫ କରିଛି ।
ତେବେ ଘଟଣାରରେ ଏବେ ବି ଆହୁରି ୩ଜଣ ଫେରାର ରହିଥିବା ସୂଚନା ମିଳିଛି । ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ପୁଲିସ ସୂଚନା ଦେଇଛି । ପୁଲିସ ରେକର୍ଡ କହୁଛି ମାଷ୍ଟରମାଇଣ୍ଡ ଶିବ ସେଠୀ ନାଁରେ ଚୋରି, ଛିନତାଇ, ଲୁଟ, ରାହାଜାନୀ, ଦାଦା ବଟି ଆଦାୟ ଭଳି ଅନେକ ସଙ୍ଗୀନ ମାମଲା ରହିଛି । ଏବେ ପୁଲିସ ହେପାଜତରେ ଥିବା ଶିବ ଆଉ କେଉଁଠି ତା’ର ନେଟୱାର୍କ ଚଳାଇଛି ସେନେଇ ଅଧିକ ଖୋଳତାଡ ଜାରି ରହିଥିବା ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି ।