ସାନଖେମୁଣ୍ଡି(ଏଟିଆର ବ୍ୟୁରୋ): ଖୁଦୁରୁକୁଣୀ ଓଷା ପାଇଁ ପାଣି ଆଣିବାକୁ ଯାଇ ଥିବା ସମୟରେ ନଦୀ ପଠାରେ ଗୋଡ ଖସି ୪ଜଣ ଯୁବତୀ ଭାସି ଯାଇ ଥିଲେ । ସ୍ଥାନୀୟ ଲୋକ ଦୁଇ ଜଣଙ୍କୁ ଉଦ୍ଧାର କରି ଥିବାବେଳେ ଅନ୍ୟ ଦୁଇ ଜଣଙ୍କ ପତା ମିଳିନାହିଁ । ଏହି ଭଳି ଏକ ଅଘଟଣ ଘଟିଛି ଗଞ୍ଜମା ଜିଲ୍ଲାର ହିଞ୍ଜିଳି କାଞ୍ଜିଆମା ଗାଁ ନିକଟରେ ଥିବା ଋଷିକୁଲ୍ୟା ତଟରେ ।
ସୂଚନା ଅନୁସାରେ ଆଜି ସକାଳେ ୪ଜଣ ଯୁବତୀ ବାଲୁକା ପୂଜା କରିବା ପାଇଁ ଋଷିକୂଲ୍ୟା ନଦୀ କୂଳକୁ ଯାଇଥିଲେ । ସେଠାରେ ପୂଜା ପାଇଁ ପାଣି ଆଣିବାକୁ ନଦୀ ଭିତରକୁ ଯାଇଥିଲେ । ଏହି ସମୟରେ ସେମାନଙ୍କର ଗୋଡ କାଦୁଅରେ ଖସି ଯିବାରୁ ସେମାନେ ନଦୀ ଭିତରେ ପଡି ଯାଇଥିଲେ । ଯୁବତୀ ମାନଙ୍କର ଚିତ୍କାର ଶୁଣି ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକ ଦୁଇ ଜଣ ଯୁବତୀଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର ଦୁଇ ଯୁବତୀ ହେଲେ ସିଲି ବେହେରା, ରୂପାଲି ବେହେରା । ଘଟଣା ସ୍ଥଳରେ ଅଗ୍ନିସମ ବିଭାଗ ପହଞ୍ଚି ଅନ୍ୟ ଦୁଇ ଯୁବତୀଙ୍କୁ ଖୋଜୁଛି । ଘଟଣାକୁ ନେଇ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି ।