ଏଟିଆର ବ୍ୟୁରୋ: ସରକାରୀ ବସ୍ ଦୁର୍ଘଟଣାଗ୍ରସ୍ତ । ସୋନପୁର ବିନିକା ୨୬ ନଂ ଜାତୀୟ ରାଜପଥ ଡୁଙ୍ଗୁରପାଲି ନିକଟରେ ଏକ ସରକାରୀ ବସ୍ ଦୁର୍ଘଟଣା ଘଟିଛି । ଏଥିରେ ୧୦ ରୁ ଉର୍ଦ୍ଧ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖବରମୁତାବକ, ବରଗଡରୁ ନବରଙ୍ଗପୁର ଯାଉଥିବା ବେଳେ ବସ୍ ଟି ଦୁର୍ଘଟଣାର ଶିକାର ହୋଇଛି । ଡୁଙ୍ଗୁରୁପାଲି ଥାନା ଖୁସାମାଲ ନିକଟରେ ବସ୍ ର ଟାୟାର ଫାଟିଯାଇଥିଲା ।