କଟକ (ଏଟିଆର ବ୍ୟୁରୋ): ଆରମ୍ଭ ହୋଇଯାଇଛି ଧାର୍ମିକ ମାସ କାର୍ତ୍ତିକ । ଆଜି କାର୍ତ୍ତିକ ମାସର ପ୍ରଥମ ସୋମବାର । ଏନେଇ ଚଳଚଞ୍ଚଳ ହୋଇପଡିଛି ଆଠଗଡର ପ୍ରସିଦ୍ଧ ବାବା ଧବଳେଶ୍ୱରଙ୍କ ପୀଠ । ବାବାଙ୍କ ଦର୍ଶନ ପାଇଁ ପୀଠରେ ଲାଗିଛି ଭକ୍ତଙ୍କ ଭିଡ ।
ବିଶ୍ୱାସ ରହିଛି କି, କାର୍ତ୍ତିକ ମାସର ସୋମବାରରେ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବା ଦ୍ୱାରା କୋଟି ଜନ୍ମର ପୂଣ୍ୟ ପ୍ରାପ୍ତି ହୋଇଥାଏ ।