ଭୁବନେଶ୍ୱର,(ଏଟିଆରବ୍ୟୁରୋ): ଏଣିକି ଟ୍ରାଫିକ୍ ଉପରେ ନଜର ରଖିବ ଡ୍ରୋନ୍ । କୌଣସି ନିୟମ ଉଲଂଘନ କଲେ ସଂଗେ ସଂଗେ ହେବ ଜରିମାନା । ଏହି ସୂଚନା ଦେଇଛନ୍ତି ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ ।
ସେ ଏହାମଧ୍ୟ କହିଛନ୍ତି ରବୀନ୍ଦ୍ର ମଣ୍ଡପ ଛକରୁ ନେଇ ଏୟାରପୋର୍ଟ ଯାଏଁ ‘ନୋ ଓଭରଟେକିଂ ଜୋନ୍’ ରହିବ । ଏହାଛଡ଼ା ଲେନ ଡ୍ରାଇଭିଂ ପାଇଁ ମଧ୍ୟ ଗାଡି ଚାଳକଙ୍କୁ ତାଗିଦ କରାଯିବ । ଓଲମବିଲମ ହେଲେ ଘଟଣା ଉପରେ ନଜର ରଖିବ ଡ୍ରୋନ୍ ।
ପୂର୍ବରୁ ନିୟମ ଉଲଂଘନକାରୀଙ୍କୁ ଟ୍ରାଫିକ୍ ପୁଲିସଠୁ ନେଇ ରାସ୍ତାରେ ଲାଗିଥିବା ସିସି କ୍ୟାମେରା ଜଗୁଥିଲା । ହେଲେ ଏବେ ମୁଣ୍ଡ ଉପରେ ଉଡୁଥିବା ଡ୍ରୋନ୍ ଆଗକୁ ଟ୍ରାଫିକ୍ ସମସ୍ୟାର ସମାଧାନ କେମିତି କରି ପାରୁଛି ତାହା ଉପରେ ରହିଛି ସମସ୍ତ ନଜର ।