ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡ ଅଭିନେତ୍ରୀ ତଥା ଫ୍ୟାସନ ଡିଭା ସୋନମ କପୁର ସର୍ବଦା କିଛି ନା କିଛି କାରଣ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ଗତ କିଛି ଦିନ ତଳେ ହିନ୍ଦୁସ୍ଥାନ ଏବଂ ପାକିସ୍ତାନକୁ ନେଇ ଏକ ବୟାନ ଦେଇଥିଲେ । ଯାହାକୁ ନେଇ ହଇ ଚଇ ସୃଷ୍ଟି ହୋଇଥିଲା । ଏହାସହିତ ସେ ତାଙ୍କ ଫିଲ୍ମ ପାଇଁ ମଧ୍ୟ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି । ମାତ୍ର ଏବେ ସୋନମଙ୍କୁ ନେଇ ଆଉ ଏକ କଥା ସାମ୍ନାକୁ ଆସିଛି । ସୋନମ ଆୟୋଡିନ ଅଭାବ ରୋଗରେ ପୀଡିତ ଅଛନ୍ତି ବୋଲି ସେ ନିଜେ ଖୁଲାସା କରିଛନ୍ତି ।
ନିକଟରେ ସୋନମ ତାଙ୍କ ଇଂଷ୍ଟାଗ୍ରାମ ଜରିଆରେ ଖୁଲାସ କରିଛନ୍ତି କି, ସମସ୍ତ ଲୋକ ନିଜ ଶରୀରର ଧ୍ୟାନ ରଖନ୍ତୁ ଯେପରି ଶରୀରରେ ଲୁଣର ଅଭାବ ନହୁଏ । ଯେତେ ଆୟୋଡିନ ଲୁଣ ବ୍ୟବହାର କରିବା କଥା କରନ୍ତୁ । ଏହି ଜରୁରୀ ସୂଚନା ସମସ୍ତ ଶାକାହାରୀ ବ୍ୟକ୍ତିଙ୍କ ପାଇଁ । କାରଣ ମୋର ଆୟୋଡିନ ଅଭାବ ଥିବାର ମୁଁ ଏବେ ଜାଣିବାକୁ ପାଇଲି ।
ସେପଟେ ସୋନମ କପୁର ଖୁବ୍ ଶୀଘ୍ର ଫିଲ୍ମ ‘ଦି ଜୋୟା ଫ୍ୟାକ୍ଟର’ ରେ ନଜର ଆସିବେ । ଏହି ଫିଲ୍ମଟି ଜୋୟା ସିଂ ସୋଲଙ୍କି ନାମକ ଜଣେ ଝିଅର କାହାଣୀ ଉପରେ ଆଧାରିତ । ଯିଏ ଏକ ବିଜ୍ଞାପନ ଏଜେନ୍ସିରେ ଜଣେ କାର୍ଯ୍ୟକାରୀ ରୂପେ ନିଜ ଚାକିରୀ ମାଧ୍ୟମରେ ଭାରତୀୟ କ୍ରିକେଟ ଟିମ୍ ଙ୍କ ସହ ସାକ୍ଷାତ କରୁଛନ୍ତି ଏବଂ ୨୦୧୦ କ୍ରିକେଟ ବିଶ୍ୱ କପ୍ ଟିମ୍ ପାଇଁ ଚର୍ଚ୍ଚିିତ ହୋଇଯାଉଛନ୍ତି ।