ବାଲିପାଟଣା ( ଏଟିଆର ବ୍ୟୁରୋ): ନଦୀରେ ବୁଡି ଯାଇ ଗଲା ଜୀବନ । ଗାଧୋଇ ବାକୁ ଯାଇଥିଲେ ଖସିଗଲା ପାଦ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା କୂଳ ସାହିରେ । ଖବର ମୁତାବକ କୂଳ ସାହିର ନିରଞ୍ଜନ ବାରିିକ ଆଜି ସକାଳୁ କୁଶଭଦ୍ରା ନଦୀକୁ ଗାଧୋଇବାକୁୂ ଯାଇଥିଲେ । ସେଠାରେ ଗାଧୋଇବା ବେଳେ ହଠାତ ନିରଞ୍ଜନଙ୍କ ପାଦ ଖସି ଯାଇଥିଲା ।
ଫଳରେ ନିରଞ୍ଜନ ନଦୀ ମଝିକୁ ଚାଲି ଯାଇଥିଲେ । ଦୀର୍ଘ ସମୟ ଧରି ନିରଞ୍ଜନ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜା ଖୋଜି କରିଥିଲେ । ଦୀର୍ଘ ସମୟର ଖୋଜା ଖୋଜି ପରେ ଗ୍ରାମବାସୀ ମାନେ ନିରଞ୍ଜନଙ୍କୁ ନଦୀରୁ ଉଦ୍ଧାର କରିଥିଲେ । ନଦୀରୁ ଉଦ୍ଧାର ହେବା ସମୟରେ ନିରଞ୍ଜନଙ୍କ ମୃତ୍ୟୁ ହୋଇ ସାରଥିଲା ।
ନଦୀରେ ପ୍ରଖର ସ୍ରୋତ ଓ ଗଣ୍ଡ ଥିବାରୁ ନିରଞ୍ଜନ ବୁଡି ଯାଇଥିଲେ । ତେବେ ବାଲିଅନ୍ତା ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।