ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପ୍ରଧାନମନ୍ତ୍ରୀ , ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ବିଶେଷ ସୁରକ୍ଷା ଦଳ ଏସପିଜି ଉପରେ ଏବେ କେବଳ ଚାରିଜଣ ସଦସ୍ୟଙ୍କ ସୁରକ୍ଷା ଦାୟିତ୍ୱ ରହିଛି । ଏବେ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସର ଆନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କୁ ଏହିଁ ଏସପିଜି ର ସୁରକ୍ଷା ମିଳିବ । ଏନେଇ ଅଫିସିଆଲ ସୂତ୍ରରୁ ଜାଣିବାକୁ ମିଳିଛି ।
ଏହି ସୁରକ୍ଷାରେ ପାଖାପାଖି ୩୦୦୦ ଯବାନ ରହିବେ । ବିଭିନ୍ନ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ର ପ୍ରତିନିଯୁକ୍ତି ଦ୍ୱାରା ଏସପିଜି ରେ କର୍ମିମାନଙ୍କୁ ନିଯୁକ୍ତି କରାଯାଇଥାଏ । ରିପୋର୍ଟ ମୁତାବକ ସୋମବାର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଉପରୁ ଏସପିଜି ସୁରକ୍ଷା ହଟାଯାଇ ଜେଡ+ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ଘୋଷଣା କରାଯାଇଥିଲା ।
ଏନେଇ ଜଣେ ସୁରକ୍ଷା ଅଧିକାରୀ କହିଛନ୍ତି କି , ୩୦୦୦ ଯବାନଙ୍କ ସହିତ ଏବେ କେବଳ ଚାରି ଜଣଙ୍କୁ ଏସପିଜି ସୁରକ୍ଷା ଯୋଗାଇ ଦିଆଯିବ । ଏହି ସୁରକ୍ଷା ପ୍ରଧାନମନ୍ତ୍ରୀ ମୋଦି, କଂଗ୍ରେସର ଅନ୍ତରୀମ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏବଂ ତାଙ୍କର ପୁଅ ରାହୁଲ ଗାନ୍ଧୀ ଓ ଝିଅ ପ୍ରିୟଙ୍କା ଗାନ୍ଧୀଙ୍କୁ ସୁରକ୍ଷା ପ୍ରଦାନ କରାଯିବ ।