ଭୁବନେଶ୍ୱର(ଏଟିଆର ବ୍ୟୁରୋ): ସଂସଦରେ ଦେଖିବାକୁ ମିଳିଲା ଏକ ବିରଳ ଦୃଶ୍ୟ । କେହି କିଛି ଭାବିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଲିଙ୍ଗନ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଏଭଳି ନିଆର ଦୃଶ୍ୟ ସମସ୍ତ ସାସଂଦଙ୍କ ମୁହଁରେ କୌତୁହଳର ହସ ଦେଖିବାକୁ ମିଳିଥିଲା ।
ଅନାସ୍ଥା ପ୍ରସ୍ତାବକୁ ନେଇ ସଂସଦରେ ଚାଲିଥିଲା ଆଲୋଚନା । ବିଭିନ୍ନ ରାଜନୈତିକ ଦଳଙ୍କୁ ଏହାକୁ ନେଇ ବିତର୍କ କରିବାକୁ ସମୟ ଦିଆଯାଇଥିଲା । କଂଗ୍ରେସ ଦଳକୁ ମଧ୍ୟ ଦିଆଯାଇଥିଲା । ତେବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ବିତର୍କ ଅଭିଭାଷଣ ଦେଇସାରିବା ପରେ ସିଧାସଳକ ମୋଦିଙ୍କ ନିକଟକୁ ଆସିଥିଲେ । ମୋଦିକ ସହ କରମର୍ଦ୍ଦନ କରିବା ପରେ ରାହୁଲ ଗାନ୍ଧି ତାଙ୍କୁ ଆଲିଙ୍ଗନ କରିଥିଲେ । ତେବେ ଏପରି ଦୃଶ୍ୟ ରାଜନୈତିକ ଦଳଙ୍କୁ କେଉଁ ସଙ୍କେତ ଦେବ, ତାହା ଆଗକୁ ହିଁ ଜଣାପଡିବ ।