ନୂଆଦିଲ୍ଲୀ( ଏଟିଆର ବ୍ୟୁରୋ): ଶ୍ରୀମନ୍ଦିର ଚାରି ପଟୁ ହେଉଥିବା ଉଚ୍ଛେଦ ବିରୋଧରେ ହୋଇଥିବା ମାମଲାକୁ ଆଜି ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଉଚ୍ଛେଦ ସମ୍ପୂର୍ଣ୍ଣ ଭାବେ ଆଇନ ଅନୁଯାୟୀ ହେଉଛି ବୋଲି ରୋକ ଠୋକ ଶୁଣାଇ ଦେଇଛନ୍ତି ସୁପ୍ରିମକୋର୍ଟ । ଶ୍ରୀମନ୍ଦିର ୪ କଡରୁ ୭୫ ମିଟର ମଧ୍ୟରେ ହେଉଥିବା ଉଚ୍ଛେଦକୁ ଏକ ସସ୍ଥା ପକ୍ଷରୁ ବିରୋଧ କରାଯାଇ ଏନେଇ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା । ଏହି ବନ୍ଦକୁ ରୋକିବା ପାଇଁ ଆବେଦନରେ ଦର୍ଶା ଯାଇଥିଲା ।
ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ପରେ ଶ୍ରୀମନ୍ଦିର ମେଘନାଦ ପାଚେରୀ କଡରୁ ହେଉଥିବା ଉଚ୍ଛେଦ କାର୍ଯ୍ୟ ଜାରି ରହିବ ବୋଲି ସୂଚନା ମିଳିଛି । ଆସନ୍ତା ସେପ୍ଟେମ୍ଭର ୧୭ ତାରିଖରେ ଏହାର ଆଉ ଏକ ଶୁଣାଣୀ କରାଯିବ । ତେବେ ଏହି ଉଚ୍ଛେଦରେ କ୍ଷତିଗ୍ରସ୍ତ ହେଉଥିବା ସସ୍ଥା ବା ଲୋକଙ୍କୁ ଆଇନ ଅନୁସାରେ କ୍ଷତି ପୂରଣ ଦିଆଯିବା ପାଇଁ ପୂର୍ବରୁ ଘୋଷଣା କରାଯାଇଥିଲା ।
ସୂଚନାଯୋଗ୍ୟ ମେଘ ନାଦ ପାଚେରୀ ଚାରି କଡରୁ ଜବର ଦଖଲ ଉଚ୍ଛେଦ ପାଇଁ ଗତ ୩ ଦିନ ତଳେ ପ୍ରଶାସନ ପ୍ରକ୍ରିୟା ଆରମ୍ଭ କରିଥିଲା । ବୁଲଡଜର ସାହାର୍ଯ୍ୟରେ ଜବର ଦଖଲ ଉଚ୍ଛେଦ କରାଯାଇଥିଲା । ଏମିତି କି ମେଘ ନାଦ ପାଚେରୀକୁ ଲାଗିଥିବା କେତେକ ସରକାରୀ କାର୍ଯ୍ୟାଳୟକୁ ମଧ୍ୟ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଥିଲା । ତେବେ ଏହାକୁ କେତେକ ବିରୋଧ କରିଥିବା ବେଳେ ଅନେକ ଏହାକୁ ପୁନଃ ବିଚାର କରିବାକୁ ସେତେବେଳେ ଦାବି କରିଥିଲେ ।