ଗଞ୍ଜାମ (ଏଟିଆର ବ୍ୟୁରୋ); ଛାତ ଉପରେ ବସିଥିଲେ ବାପା-ପୁଅ । ଅତର୍କିତ ଭାବରେ ଦୁଇ ଜଣ ଆସି ସେମାନଙ୍କୁ କଲେ ଆକ୍ରମଣ । ବାପା ଏବଂ ପୁଅ ଉଭୟ ଆହତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ଗୋକର୍ଣପୁର ପଞ୍ଚାୟତ ବି.ଦକ୍ଷିଣପୁର ଗାଁରୁ ଆସିଛି ଏଭଳି ଅଭିଯୋଗ । ଆହତଦ୍ୱୟ ହେଲେ ବାପା ଡି.ଯୋଗେନ୍ଦ୍ର ରେଡି, ତାଙ୍କ ପୁଅ ଡି. ରାଜେଶ ରେଡି। ଉଭୟଙ୍କୁ ପ୍ରଥମେ ଦିଗପହଣ୍ଡି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଥିଲା। ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ପୋଲିସ ରିପୋର୍ଟ ମୁତାବକ, ଆଜି ସକାଳେ ଯୋଗେନ୍ଦ୍ର ଏବଂ ରାଜେଶ ଛାତ ଉପରେ ବସି କଥା ହେଉଥିଲେ । ତେବେ ଏହି ସମୟରେ ଗାଁର ଜଣେ ମହିଳା ଏବଂ ଅନ୍ୟଜଣେ ପୁରୁଷ ସେମାନଙ୍କ ଉପରକୁ ଅତର୍କିତ ଆକ୍ରମଣ କରିଥିଲେ । ଆକ୍ରମଣରେ ବାପା-ପୁଅ ଆହତ ହୋଇଥିଲେ । ପରିବାର ଲୋକ ସେମାନଙ୍କ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ ।
ଉଭୟଙ୍କୁ ପ୍ରଥମେ ସ୍ଥାନୀୟ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରିଥିଲେ । ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଉଭୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପର୍ଣ୍ଣ ରହିଥିବା ଶୁଣିବାକୁ ମିଳିଛି । ପୋଲିସ ଖବର ପାଇବା ପରେ ଗାଁକୁ ଯାଇ ପଚରା ଉଚରା କରୁଛି । ସୂଚନାଯୋଗ୍ୟ,ଗତ ଦଶଦିନ ତଳେ ଗାଁରେ ବିଦ୍ୟୁତ ସଂଯୋଗକୁ ନେଇ କିଛି ଲୋକଙ୍କ ସହ ଯୋଗେନ୍ଦ୍ରଙ୍କ ଝଗଡା ହୋଇଥିଲା । ସେହି ଘଟଣାକୁ କେନ୍ଦ୍ର କରି ଆଜି ଆକ୍ରମଣ ହୋଇଥିବା ଅନୁମାନ କରାଯାଉଛି ।