ନୂଆଦିଲ୍ଲୀ( ଏଟିଆର ବ୍ୟୁରୋ): ମହିଳା ମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଜିଠାରୁ ୧ ଟଙ୍କାରେ ମିଳିବ ସାନିଟାରୀ ନାପକିନ । ଜନଔଷଧ କେନ୍ଦ୍ରରେ ଦିଆ ଯାଉଥିବା ନାପକିନର ମୂଲ୍ୟ କମାଯାଇ ଏବେ ଖଣ୍ଡ ପିଛା ୧ ଟଙ୍କା କରାଯାଇଛି । ରସାୟନ ଏବଂ ଉର୍ବରକ ରାଜ୍ୟମନ୍ତ୍ରୀ ମନମୁଖ ମାଣ୍ଡୱିଆ ଏନେଇ ଆଜି ସୂଚନା ଦେଇଛନ୍ତି । ସେ କହିଛନ୍ତି ପୂର୍ବରୁ ୪ ଖଣ୍ଡ ଥିବା ଏକ ପ୍ୟାକେଟର ଦାମ ରହିଥିଲା ୧୦ ଟଙ୍କା ଯାହା ଆଜିଠାରୁ ୪ ଟଙ୍କାରେ ଉପଲବ୍ଧ ।
ସେ ଆହୁରି ମଧ୍ୟ କହିଛନ୍ତି ସାନିଟାରୀ ନାପକିନ ଯୋଜନା ମାର୍ଚ୍ଚ ୧୮ ରେ ଆରମ୍ଭ ହୋଇଥିଲା । ୨୦୧୮ ମସିହା ଠାରୁ ଏହି ଯୋଜନାରେ ଏହା ଜନଔଷଧୀ କେନ୍ଦ୍ରରେ ଉପଲବ୍ଧ ହୋଇଥିଲା । ୪ ଖଣ୍ଡ ଥିବା ଗୋଟେ ପ୍ୟାକେଟର ମୂଲ୍ୟ ରହିଥିଲା ୧୦ ଟଙ୍କା । ବର୍ତ୍ତମାନ ଯାହାର ମୂଲ୍ୟ ୪ ଟଙ୍କାକୁ ହ୍ରାସ କରାଯାଇଛି । ଏଯାବତ ଜନଔଷଧୀ କେନ୍ଦ୍ର ମାଧ୍ୟମରେ ୨.୨ କୋଟି ନାପକିନ ବିକ୍ରି ହୋଇଛି । ତେବେ ବର୍ତ୍ତମାନ ମୂଲ୍ୟ କମିଥିବାରୁ ଦୁଇଗୁଣ ବିକ୍ରି ହେବ ବୋଲି ଆଶା କରାଯାଉଛି । ଏହାର ପ୍ରକୃତ ମୂଲ୍ୟ ୬ ରୁ ୮ ଟଙ୍କା ରହୁଥିବା ବେଳେ ଏହା ଜନଔଷଧୀ କେନ୍ଦ୍ରରେ ୧ ଟଙ୍କାରେ ମିଳିବ ।