ମୟୁରଭଞ୍ଜ,(ଏଟିଆରବ୍ୟୁରୋ): ସ୍କୁଲରୁ ଫେରୁଥିବା ବେଳେ ଦୁର୍ଘଟଣାରେ ଜଣେ ଛାତ୍ର୍ରୀଙ୍କ ମୃତ୍ୟୁ ହୋଇଛି । ଘଟଣାରେ ଆହୁରି ୨ଜଣ ମଧ୍ୟ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ଚିକିତ୍ସା ଲାଗି ହସପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖାଦେଇଥିଲା । ଲୋକେ ଡ୍ରମ୍ଫର ଡ୍ରାଇଭରକୁ ନିର୍ଦ୍ଧୁମ ପିଟିବା ସହ ଲୁହାପଥର ଖଣି କାର୍ଯ୍ୟାଳୟରେ ପଶି ବ୍ୟାପକ ଭଙ୍ଗାରୁଜା କରିଥିବା ଜଣାପଡିଛି । ୫୦ଲକ୍ଷ ଟଙ୍କା କ୍ଷତିପୁରଣ ଦାବି କରି ଲୋକେ ହଙ୍ଗାମା କରିଥିଲେ । ସବୁଠୁ ବଡ଼ କଥା ହେଉଛି ଲୋକଙ୍କ ଆକ୍ରୋଶର ଶିକାର ହୋଇ ଏବେ ଡ୍ରମ୍ଫର ଡ୍ରାଇଭର ଫଗୁ ହାଂସଦା ଲହୁଲୁହାଣ ହୋଇଛି । ତାଙ୍କୁ ମଧ୍ୟ ହସପିଟାଲରେ ଭତ୍ତି କରାଯାଇଛି । ସେପଟେ ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଏବେ ଶାନ୍ତ ପଡିଛି । ଦୁର୍ଘଟଣାରେ ଆଖି ବୁଜିଥିବା ଛାତ୍ରୀ ଜଣଙ୍କ ହେଉଛନ୍ତି ମୟୁରଭଞ୍ଜ ଜିଲ୍ଲା ଧାଙ୍ଗଡିମୋତା ଗାଁର ଆରତୀ ଭଦ୍ରା(୬) । ରିପୋର୍ଟ ଅନୁସାରେ, ଛେଡେଗା ଭଦ୍ରା ନାମକ ବ୍ୟକ୍ତି ନିଜ ବାଇକରେ ଆରତୀ ଓ ଅନ୍ୟ ୨ଜଣ ପିଲାଙ୍କୁ ଧରି ନିକଟରେ ଥିବା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରୁ ଘରକୁ ଫେରୁଥିଲେ । ହେଲେ ବାଟରେ ଡମ୍ଫରଟି ପଛପଟୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଆରତୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଥିଲେ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024