ମୁମ୍ବାଇ (ଏଟିଆର ବ୍ୟୁରୋ) : ଫିଟିଲା ରାନୁ ମଣ୍ଡଳଙ୍କ ଭାଗ୍ୟ । ପ୍ରଥମେ ବଲିଉଡରେ ଏଣ୍ଟ୍ରି । ଆଉ ଏବେ ସାଜିଲେ ଆଲିଶାନ ବଙ୍ଗଳାର ମାଲିକାଣି । ୩ ବିଏଚକେ ବିଶିଷ୍ଟ ଏହି ଫ୍ଲାଟର ମୂଲ୍ୟ ହାରାହାରି ୫୫ ଲକ୍ଷ ଟଙ୍କା ହେବ । ରେଲୱେ ଷ୍ଟେସନରେ ଲତା ମଙ୍ଗେସକରଙ୍କ ଏକ ଗୀତ ଗାଉଥିଲେ ରାନୁ । କୋଲକାତାର ରାଣାଘାଟ ଷ୍ଟେସନରେ ଗୀତ ଗାଉଥିବା ସମୟରେ ରାନୁଙ୍କ ଭେଟ ହୋଇଥିଲା ଜତିନ୍ଦ୍ର ଚକ୍ରବର୍ତ୍ତିଙ୍କ ସହିତ । ସେଦିନ ଥିଲା ଜୁଲା ୨୧ ତାରିଖ । ଜତିନ୍ଦ୍ର ନିଜ ମୋବାଇଲରେ ରାନୁଙ୍କ ଗୀତକୁ ରେକର୍ଡ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ । ରାନୁଙ୍କ ସ୍ୱରକୁ ସମସ୍ତେ ପସନ୍ଦ କରିଥିଲେ।
ଯେତେବେଳେ ଏହି ଭିଡିଓ ବଲିଉଡର ସଙ୍ଗୀତ ନିର୍ଦ୍ଦେଶକ ହିମେଶ ରେଶମିୟାଙ୍କ ନଜରକୁ ଆସିଲା ସେ ବି ତାଙ୍କର ଦ୍ୱାୱାନା ହୋଇଗଲେ । ଆଉ ସଙ୍ଗେ ସଙ୍ଗେ ନିଜ ଫିଲ୍ମର ଏକ ଗୀତ ଗାଇବାକୁ ସେ ରାନୁଙ୍କୁ ଚାନ୍ସ ଦେଲେ । ଏଠାରେ କହି ରଖୁଛୁ ସଲମାନ ଖାନ୍ ଙ୍କ କହିବାନୁସାରେ ହିମେଶ ରାନୁଙ୍କୁ ଏହି ଚାନ୍ସ ଦେଇଥିଲେ । ଏହାସହିତ ସଲମାନଙ୍କ ଆଗାମୀ ଫିଲ୍ମ ଦବଙ୍ଗ ୩ ରେ ମଧ୍ୟ ରାନୁ ଙ୍କୁ ଏକ ଗୀତ ଗାଇବାର ସୁଯୋଗ ଦିଆଯାଇଛି । ତେବେ ଏସବୁ ଭିତରେ ସଲମାନ ଖାନ୍ ଯେତେବେଳେ ରାନୁଙ୍କ ଗରିବ ପରିସ୍ଥିତିକୁ ବୁଝିଥିଲେ ସଙ୍ଗେ ସଙ୍ଗେ ଏହି ଆଲିଶାନ୍ ଘର ତାଙ୍କୁ ଗିଫ୍ଟ କରିଛନ୍ତି ।