ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ବଙ୍ଗୋପ ସାଗରରେ ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ । ଯାହାର ପ୍ରଭାବରେ ଆସନ୍ତା ୩୦ ତାରିଖ ଠାରୁ ୪ ଦିନ ବରଷିବ । ଏନେଇ ଭୁବନେଶ୍ୱର ଆଞ୍ଚଳିିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା । ସୂଚନା ଅନୁସାରେ ୨୮ ଓ ୨୯ ଦୁଇଦିନ ସମାନ୍ୟ ବର୍ଷା ହେବ ଏବଂ ପରେ ୩୦ ତାରିଖ ଠାରୁ ବର୍ଷାର ପରିମାଣ ବଢିବ ।
ଆଜି ମଧ୍ୟାହ୍ନରେ କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ଭଦ୍ରକ, ଜଗତ୍ସିଂହପୁର ଓ ବାଲେଶ୍ୱରରେ ମଧ୍ୟମ ଧରଣର ବର୍ଷା ହେବ । ଏହି ଲଘୁଚାପକୁ ଦୃଷ୍ଟିରେ ରଖି ଆସନ୍ତା ୩୦ ଓ ୩୧ ତାରିଖ ପାଇଁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗିର, ନୂଆପଡ଼ା ଓ କନ୍ଧମାଳ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଗଣେଷ ପୂଜା ବେଳକୁ ବର୍ଷାର ପରିମାଣ ଅଧିକ ରହିବା ଆଶଙ୍କା କରାଯାଉଛି ।
ସୂଚନାଯୋଗ୍ୟ, ଉପର ମୁଣ୍ଡରେ ବର୍ଷାର ପରିମାଣ ମଧ୍ୟମ ରହିଛି । ଆଜି ୧୦ ଟି ଗେଟ ଦେଇ ହୀରା କୁଦରୁ ବନ୍ୟାଜଳ ନିଷ୍କାସନ କରାଯାଉଛି । ୨୬ ତାରିଖରେ ୬ ଟି ଗେଟ ଦେଇ ଜଳ ନିଷ୍କାସନ ହେଉଥିବା ବେଳେ ଗତକାଲି ୪ ଟି ଅଧିକ ଗେଟ ଖୋଲା ଯାଇଥିଲା । ଗତକାଲି ଠାରୁ ସର୍ବମୋଟ ୧୦ ଟି ଗେଟ ଦେଇ ଜଳ ନିସ୍କାସନ ହେଉଛି ।