ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ ଆନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ (ଇସ୍ରୋ) ର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମୁନ୍ ମିଶନ ଚନ୍ଦ୍ରଯାନ ୨ ଚନ୍ଦ୍ରମାର ତୃତୀୟ କକ୍ଷରେ ପ୍ରବେଶ କରିସାରିଛି । ଆଜି ସକାଳ ୯.୪୦ ରେ ଚନ୍ଦ୍ରଯାନ ୨ ଚନ୍ଦ୍ରମାର ତୃତୀୟ କକ୍ଷରେ ପ୍ରବେଶ କରିଛି । ଆଗାମୀ ଦୁଇ ଦିନ ଯାଏଁ ଚନ୍ଦ୍ରମାର ପରିକ୍ରମା କରିବ ଚନ୍ଦ୍ରଯାନ ୨ ।
ଏହାପରେ ଇସ୍ରୋ ପକ୍ଷରୁ ଚନ୍ଦ୍ରଯାନ ୨ର ଆଗାମୀ ଚରଣ ଅନୁଯାୀୟ ଅଗଷ୍ଟ ୩୦ ରେ ଚତୁର୍ଥ କକ୍ଷ ଏବଂ ସେପ୍ଟମ୍ବର ୧ରେ ୫ମ କକ୍ଷରେ ଚନ୍ଦ୍ରଯାନ ୨ ପ୍ରବେଶ କରିବ ।
ସୂଚନାଯୋଗ୍ୟ ଚନ୍ଦ୍ରଯାନ ୨ ତିନି ମଡ୍ୟୁଲ ବିଶିଷ୍ଟ ଆନ୍ତରୀକ୍ଷ ଯାନ, ଯେଉଁଥିରେ ଆର୍ବିଟର, ଲ୍ୟାଣ୍ଡର ଏବଂ ରୋବର ସାମିଲ ଅଛି । ଏହି ଯାନ ଜୁଲାଇ ୨୨ରେ ଉତକ୍ଷେପଣ କରାଯାଇଥିଲା । ଇସ୍ରୋ ପକ୍ଷରୁ ଗତ ଅଗଷ୍ଟ ୨୧ ରେ ଚନ୍ଦ୍ରଯାନ ୨ କୁ ଚନ୍ଦ୍ରମା କକ୍ଷାରେ ଦ୍ୱିତୀୟ ଥର ଆଗକୁ ବଢିବାର ପ୍ରକ୍ରିୟା ସଫଳତା ପୂର୍ବକ ପୂରଣ କରାଯାଇଥିଲା ।