ବିଳାସପୁର(ଏଟିଆର ବ୍ୟୁରୋ): ଭିନ୍ନକ୍ଷମକୁ ମଧ୍ୟ ଛାଡିଲେନି ଯୌନ ପିସାସୁ ମାନେ । ହାତ ଗୋଡ ବାନ୍ଧି ଦୁଷ୍କର୍ମ କଲେ । ଏଭଳି ସଂଗିନ୍ ଘଟଣା ସାମ୍ନାକୁ ଆସିଛି ଛତିଶଗଡ ବିଳାସପୁର ଜିଲ୍ଲା ମାରବାହି ଥାନା ଅଞ୍ଚଳ ବରଗବା ଗାଁରୁ । ପୁଲିସ ଏହି ଘଟଣାରେ ସମ୍ପୃକ୍ତ ୫ଜଣ ଅଭିଯୁକ୍ତଙ୍କୁ ଏବେ ଗିରଫ କରିଛି । ପୁଲିସ ରିପୋର୍ଟ ଅନୁସାରେ ପିଡୀତା ଜଣଙ୍କ ଖାଇବା ଆଣିବାକୁ ଗାଁ ନିକଟର ଥିବା ବଜାରକୁ ଯାଇଥିଲେ । ଏହି ସମୟରେ ବାଇକରେ କିଛି ଯୁବକ ଆସି ତାଙ୍କୁ ଅଟକାଇଥିଲେ । ପରେ କିଛି ବୁଝିବା ସୁଝିବା ପୂର୍ବରୁ ସେମାନେ ବଳପୂର୍ବକ ଝିଅଟିକୁ ଉଠାଇ ନେଇଥିଲେ । ଯୁବତୀ ଜଣଙ୍କ ମୁକ ବଧିର ହୋଇଥିବାରୁ ସେ ଚିକ୍ରାର କରି ପାରି ନଥିଲେ । ଫଳରେ ଅତି ସହଜରେ ଯୁବକମାନେ ନିକଟରେ ଥିବା ଏକ ପୋଖରୀ ପାଖକୁ ନେଇଯାଇଥିଲେ । ସେଠାରେ ହାତ ଗୋଡ ବାନ୍ଧି ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।
ତେବେ ଘରକୁ ଫେରିବା ପରେ ପୂରା ଘଟଣା ସମ୍ପର୍କରେ ଯୁବତୀ ଜଣଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ । ଏହାପରେ ପରିବାର ଲୋକ ଏନେଇ ଥାନାରେ ଏତଲା ଦାୟର କରିଥିଲେ । ପୋଲିସ ପିଡୀତାଙ୍କ ଖୁଡିଙ୍କ ବୟାନ ରେକର୍ଡ କରି ତଦନ୍ତ ଆରମ୍ଭ କରିଥିଲା । ଶେଷରେ ଘଟଣାରେ ଜଡିତ ୫ଜଣ ପୁଲିସ ହାବୁଡ଼ରେ ପଡିଥିଲେ । ଗିରଫ ଅଭିଯୁକ୍ତଙ୍କର ବୟସ ୨୦ରୁ ୨୫ ବର୍ଷ ହେବ । ସେପଟେ ପିଡୀତା ଜଣଙ୍କ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି । ପୋଲିସ ପିଡୀତାଙ୍କୁ ନେଇ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଥ୍ୟ ସଂଗ୍ରହ କରୁଛି ।