ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଗଠନ ହେଲା ହାଇକୋର୍ଟ ବେଞ୍ଚ କମିଟି । ରାଜ୍ୟ ସରକାର ଗଠନ କଲେ କମିଟି । ଦୀର୍ଘ ଦିନ ହେଲା ହୋଇ ଆସୁଥିବା ଏହି ଦାବିର ଆଶା ଏବେ ପୁଣି ଥରେ ଉଙ୍କି ମାରିଛି । ହାଇ କୋର୍ଟ ବେଞ୍ଚ ସ୍ଥାପନା କରିବା କରିବା ପାଇଁ ପୁଣି ଥରେ ରାଜ୍ୟ ସରକାର କମିଟି ଗଠନ କରିଛନ୍ତି ।
କମିଟିରେ ଉନ୍ନୟନ କମିଶନର ଅଧ୍ୟକ୍ଷ ଓ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଆବାହକ ନିଯୁକ୍ତ ହୋଇଛନ୍ତି । ମଳିଥିବା ସୂଚନା ଅନୁସାରେ ଏହି କମିଟିରେ ଆଇନ, ଗୃହ , ଅର୍ଥ ଓ ରାଜସ୍ୱ ବିଭାଗର ପ୍ରମୁଖ ସଚିବ ସଦସ୍ୟ ରହିବେ । ପୂର୍ବରୁ ଗତ ମାର୍ଚ୍ଚ ମାସରେ ପଶ୍ଚିମ ଓଡିଶା ଓ ଦକ୍ଷିଣ ଓଡିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ନେଇ ୫ ଜଣିଆ ବିଶେଷଜ୍ଞ କମିଟି ଗଠନ ହୋଇଥିଲା । ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ବହୁ ବର୍ଷ ହେଲା ଦକ୍ଷିଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶା ଦାବି କରି ଆସୁଛି ।