ଖୋର୍ଦ୍ଧା,(ଏଟିଆରବ୍ୟୁରୋ): ବିଚ୍ ରାସ୍ତାରେ ଜଳିଗଲା ଟ୍ୟାଙ୍କର । ଖୋର୍ଦ୍ଧା ଟାଙ୍ଗୀ ବାଏପାସ ରୋଡ ନିକଟରେ ଘଟିଛି ଏହି ଘଟଣା । କେମିକାଲ ଭର୍ତ୍ତି ଏହି ଟ୍ୟାଙ୍କର ଜଳିଯିବାର ପ୍ରକୃତ କାରଣ ଜଣାପଡିନଥିବା ବେଳେ ଘଟଣାରେ ଟ୍ୟାଙ୍କର ଡ୍ରାଇଭର ଓ ହେଲପର ଗୁରୁତର ଭାବେ ଆହତ ହୋଇଛନ୍ତି । ଉଭୟଙ୍କୁ ଅଧିକ ଚିକିତ୍ସା ଲାଗି ଭୁବନେଶ୍ୱରରେ ଥିବା ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି ।
ରିପୋର୍ଟ ଅନୁସାରେ କେମିକାଲ ଭର୍ତ୍ତି ଏହି ଟ୍ୟାଙ୍କରଟି ପାରଦ୍ୱୀପରୁ ବ୍ରହମ୍ପୁର ଯାଉଥିଲା । ହେଲେ ବାଏପାସ ରୋଡ ନିକଟରେ ଅଚାନକ୍ ଟ୍ୟାଙ୍କରରେ ନିଆଁ ଲାଗି ଯାଇଥିଲା । ବିଳମ୍ବିତ ରାତିରେ ପୁଣି ମେନରୋଡ ଉପରେ ଟ୍ୟାଙ୍କରଟି ଜଳୁଥିବା ଦେଖି ରାସ୍ତାରେ ଯାଉଥିବା ଅନ୍ୟ ଗାଡି ଚାଳକମାନେ ଭୟଭିତ ହୋଇପଡିଥିଲେ । ଘଟଣାରେ ଟ୍ୟାଙ୍କର ଡ୍ରାଇଭର ଓ ହେଲପର ଆହତ ହୋଇଥିବା ସୂଚନା ମିଳିଛି । ପରେ ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ କରିଥିଲେ । ତେବେ କେଉଁ କାରଣରୁ ଟ୍ୟାଙ୍କରଟି ଜଳିଗଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ଏନେଇ ତଦନ୍ତ ଆରମ୍ଭ ହୋଇଛି । ସେପଟେ ପୁଲିସ ଟ୍ୟାଙ୍କରକୁ ଜବତ କରିଛି ।