ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରବିବାର ହେଉଛି ସୁର୍ଯ୍ୟଦେବଙ୍କ ବାର । ସୂର୍ଯ୍ୟଦବଙ୍କୁ ସମସ୍ତ ଗ୍ରହ ମାନଙ୍କର ଶ୍ରେଷ୍ଠ ଏବଂ ସୌରମଣ୍ଡଳର ରାଜା ବୋଲି କୁହାଯାଇଥାଏ । ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଯେ ସମସ୍ତ ଗ୍ରହ ସୂର୍ଯ୍ୟଙ୍କ ଶକ୍ତି ପ୍ରାପ୍ତ କରିଥାନ୍ତି । ଜ୍ୟୋତିଶ-ଶାସ୍ତ୍ର ଅନୁସାରେ ଜାତକରେ ସୂର୍ଯ୍ୟଙ୍କ ସ୍ଥିତି ସଠିକ୍ ସ୍ଥାନରେ ରହିବା ଉଚିତ୍ ।
ଜାତକରେ ସୂର୍ଯ୍ୟ ମଜବୁତ୍ ରହିବା ନିହାତି ଆବଶ୍ୟକ । ମାନ, ପ୍ରତିଷ୍ଠା ଏବଂ ସମ୍ମାନ ଆଦି ସୂର୍ଯ୍ୟଦେବଙ୍କ କୃପାରୁ ମିଳିଥାଏ । ସେଥିପାଇଁ ଆପଣମାନେ ସେମିତି କିଛି କାର୍ଯ୍ୟ କରନ୍ତୁ ନାହିଁ ଯାହାଦ୍ୱାରା ଜାତକରେ ସୂର୍ଯ୍ୟଦେବଙ୍କ ସ୍ଥିତି ଦୁର୍ବଳ ହୋଇପଡିବ ।
ଧାର୍ମିକ ମାନ୍ୟତା ଅନୁଯାୟୀ ରବିବାର ଦିନ ସୂର୍ଯ୍ୟାସ୍ତ ପୂର୍ବରୁ ଲୁଣ ଖାଇବା ଉଚିତ୍ ନୁହେଁ । ଏହାସହିତ ଏହି ଦିନ ଚାନ୍ଦୀ ବାସନ କାହାରି ଦିଆ ନିଆ କରନ୍ତୁ ନାହିଁ । ଯଦି ଆପଣ ରବିବାର ଦିନ ଏହି କଥା ଉପରେ ଧ୍ୟାନ ରଖିବେ ତେବେ ଆପଣଙ୍କ ଉପରେ ସୂର୍ଯ୍ୟଦେବଙ୍କ କୃପାଦୃଷ୍ଟି ସର୍ବଦା ବଳବତ୍ତର ରହିବେ ।