ଭୁବନେଶ୍ୱର ( ଏଟିଆର ବ୍ୟୁରୋ) : ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ଅବସରରେ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ପ୍ରଶାସନ କେତେକ ସ୍ଥାନରେ ସୂଚନା କେନ୍ଦ୍ର ସ୍ଥାପନା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ସୂୁୂଚନା ଅନୁସାରେ ଭକ୍ତଙ୍କ ସୁବିଧା ନିିମନ୍ତେ ଏଥର ୧ ଟି ସ୍ଥାନରେ ସୂଚିନା କେନ୍ଦ୍ର ଖୋଲାଯିବ । ଏନେଇ ଲୋକ ସଂମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ପ୍ରସ୍ତୁତି ନେଇ ସୂଚନା ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି ।
ଭକ୍ତଙ୍କ ସୁବିଧା ନିମନ୍ତେ ସିଂହଦ୍ବାର, ବଳଗଣ୍ଡି, ବଡ଼ଶଙ୍ଖ, ଜଗନ୍ନାଥ ବଲ୍ଲଭ ମଠ, ଦିଗବାରେଣୀ, ଗୁଣ୍ଡିଚାବାଡ଼ି, ମାଳତୀ ପାଟପୁର, ସୁଭାଷ ବୋଷ ଛକ, ପାନ୍ଥ ଭବନ, ତାଳବଣିଆ ଓ ରେଳ ଷ୍ଟେସନ୍ରେ ସୂଚନା କେନ୍ଦ୍ର ରହିବ ବୋଲି ସୂଚନା ମିଳିଛି । ଅନ୍ୟପଟେ ଏଥର ରଥ ଯାତ୍ରାରେ ବିଭାଗ ପକ୍ଷରୁ ୩ ଟି ସ୍ଥାନରେ ଫଟୋଚିତ୍ର ପ୍ରଦର୍ଶନ ଅନୁଷ୍ଠିତ ହେବ ।
ସୂଚନା କେନ୍ଦ୍ରରେ ଜଗନ୍ନାଥଙ୍କ ଜଣାଣ ଓ ବିଭିନ୍ନ ପୁସ୍ତକ ପୁସ୍ତିକା ବିକ୍ରି ହେବ । ସରକାରଙ୍କ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ପ୍ରସାରଣ କରାଯିବ । ବିଭାଗୀୟ ସଚିବ କହିଛନ୍ତି ଦଳଗତ ମାନସିିକତା ରଖି ସମସ୍ତ କର୍ମଚାରୀ ଓ ଅଧିକାରୀ କାମ କରିବେ ବୋଲି ସେ ଆଶା ପ୍ରକଟ କରିଛନ୍ତି । ବିଭାଗର ନର୍ଦେଶକ ଲକ୍ଷ୍ମୀଧର ମହାନ୍ତି କାର୍ଯ୍ୟକ୍ରମ ସମ୍ପର୍କୀୟ ବିବରଣୀ ପାଠ କରିଥିଲେ ।