ପୁରୀ (ଏଟିଆର ବ୍ୟୁରୋ): ଶ୍ରୀମନ୍ଦିର ଚର୍ତୁପାର୍ଶ୍ୱ ଉଚ୍ଛେଦ କାର୍ଯ୍ୟକ୍ରମ ଗତ ଦୁଇ ଦିନ କାଳ ବନ୍ଦ ଥିଲା । ଆଜିଠାରୁ ପୁଣି ଥରେ ଆରମ୍ଭ ହୋଇଛି ଏହି ଉଚ୍ଛେଦ ପ୍ରକ୍ରିୟା । ଶ୍ରୀମନ୍ଦିରଠାରୁ ୭୫ ମିଟର ପରିଧି ମଧ୍ୟରେ ଥିବା ସମସ୍ତ ଦୋକାନ ବଜାର ଏବଂ ମଠ ଆଦିକୁ ଭଙ୍ଗା ଯାଉଛି ।
ପୁରାତନ କାଳରୁ ମନ୍ଦିର ଚର୍ତୁପାଶ୍ୱରେ ଯେତେ ସବୁ ମଠ ଅଛି ସେସବୁ ଉଚ୍ଛେଦ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଇଛି । ଏହାପୂର୍ବରୁ ଏମାର ମଠକୁ ଭାଙ୍ଗି ମାଟିରେ ମିଶାଯାଇଛି । ଭଙ୍ଗା ଯିବା ସମୟରେ ଏମାର ମଠରୁ କିଛି ମଲ୍ୟବାନ ଜିନିଷ ମିଳିବା ସହ ଏକ ଭୂତଳ ଘର ଥିବା ସମ୍ନାକୁ ଆସିଥିଲା ।
ଏମାର ମଠ ଉଚ୍ଛେଦ ପ୍ରକିୟା ପରେ ଆଜି ବହୁ ପୁରାତନ ଐତିହ ସମ୍ପନ୍ନ ବଡ ଆଖଡା ମଠକୁ ଉଚ୍ଛେଦ କରାଯିବ । ଏହି ବଡ ଆଖାଡା ମଠକୁ ସ୍ୱାମୀ ରାମାନନ୍ଦଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିଲା । ଏହି ମଠ ପ୍ରାୟତଃ ୫୨୧ ବର୍ଷ ତଳେ ପ୍ରତିଷ୍ଠା କରାଯାଇଥିଲା ।