କନ୍ଧମାଳ (ଏଟିଆର ବ୍ୟୁରୋ); ପୁଣି ନଜରକୁ ଆସିଲା ହାତୀ ମରିବା ଖବର । ତେବେ ଏଥର ଏକ ଗର୍ଭବତୀ ଥିବା ହାତୀ ମରିଥିବା ଦେଖିବାକୁ ମିଳିଛି । ମୃତ ହାତୀର ଶବ ବ୍ୟବଛେଦ କରାଯାଇଥିବା ବେଳେ ହାତୀ ମରିବାର ପ୍ରକୃତ କାରଣ ଜଣା ପଡିନାହିଁ । ସେପଟେ ଏହି ହାତୀଟି ମରିନାହିଁ ବରଂ ତାକୁ ଦୁବୃର୍ତ୍ତମାନେ ହତ୍ୟା କରିଛନ୍ତି ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଛି ବନ ବିଭାଗ । ହାତୀର ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ସତ୍ୟ ଜଣା ପଡିବ ବୋଲି କହିଛନ୍ତି ବନ ବିଭାଗ କର୍ମଚାରୀ ।
ମିଳିଥିବା ସୂଚନା ମୁତାବକ କନ୍ଧମାଳ ଜିଲ୍ଳା ବାଲିଗୁଡା ବନଖଣ୍ଡ ବେଲଘର ରେଞ୍ଜ ଅଞ୍ଚଳରେ କିଛିଦିନ ହେବ ଏକ ମାଇ ହାତୀ ବୁଲୁଥିଲା ବୋଲି ସ୍ଥାନୀୟ ଲୋକ କହିଛନ୍ତି । ହାତୀଟି ଗର୍ଭବତୀ ଥିଲା । ହାତୀ ବାରମ୍ବାର ଗାଁ ମୁହାଁ ହେଉଥିଲା । ପଳରେ ଗାଁ ଲୋକ ବନ ବିଭାଗକୁ ଖବର ଦେଇଥିଲେ । ଗର୍ଭବତୀ ଥିବା କଥା ବନ ବିଭାଗ ଜାଣିଥିଲେ ମଧ୍ୟ ହାତୀର ସୁରକ୍ଷା ଦେଇ ନଥିଲେ । ଏଣୁ ଶେଷରେ ଶିକାରୀ ମାନେ ମାରିବାରେ ସଫଳ ହୋଇଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଲୋକ । ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ବନ ବିଭାଗ କର୍ମଚାରୀ । ଶବ ବ୍ୟବଛେଦ ରିପୋଟ ଆସିବା ପରେ ସବୁ ସତ୍ୟ ଜଣା ପଡିଯିବ ବୋଲି ସଫେଇ ଦେଇଛନ୍ତି ରେଞ୍ଜର ।