ପୁରୀ ( ଏଟିଆର ବ୍ୟୁରୋ): ପୁରୀରେ ଚାଲିଥିବା ଉଚ୍ଛେଦ ପ୍ରକ୍ରିୟାକୁ ନେଇ ଆଜି ଜିଲ୍ଲାପାଳଙ୍କ ସହିତ ହୋଇଥିବା ସର୍ବଦଳୀୟ ବୈଠକ ବିଫଳ ହୋଇଛି । ଏହି ବୈଠକରେ ବିଭିନ୍ନ ସାଧୁ ସନ୍ଥ ଯୋଗ ଦେଇଥିଲେ । ପ୍ରଥମେ ସାଧୁ ସନ୍ଥ ମାନେ ଉଚ୍ଛେଦ ପ୍ରକ୍ରିୟାକୁ ବନ୍ଦ କରିବାକୁ ଦାବି କରିଥିଲେ । ଯେଉଁ ଦାବିକୁ ଆଜି ଜିଲ୍ଲାପାଳ ଆଗ୍ରାହ କରି ଦେଇଛନ୍ତି । ଯାହା ଫଳରେ ପୁରୀରେ ଚାଲିଥିବା ଉଚ୍ଛେଦ ପ୍ରକ୍ରିୟାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ କରି ଦିଆ ଯାଇଛି ।
ଏହି କମିଟିରେ ବିଭିନ୍ନ ସାଧୁ ସନ୍ଥଙ୍କ ସହିତ ରାଜନୈତିକ ନେତା, ଆଇନ ଜୀବି , ସ୍ୱେଚ୍ଛାସେବୀ, ବିଭିନ୍ନ ମଠର ମହନ୍ତଙ୍କୁ ନେଇ ଏହି ସର୍ବଦଳୀୟ ବୈଠକ କମିଟି ଗଠନ ହୋଇଥିଲା । ଆଗ ଥଇଥାନ ଓ ପରେ ଉଚ୍ଛେଦ କରିବାକୁ ଦାବି କରିଛି ସର୍ବଦଳୀୟ କମିଟି । ସୂଚନାଯୋଗ୍ୟ ପୁରୀ ଶ୍ରୀମନ୍ଦିର ଚାରି କଡର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ପାଇଁ ପ୍ରଶାସନ ପକ୍ଷରୁ ମନ୍ଦିର ୪ କଡରୁ ଉଚ୍ଛେଦ ପ୍ରକିୟା ଜାରି ରହିଛି ।
ଏହି ଉଚ୍ଛେଦ ପ୍ରକ୍ରିୟାରେ ଏମଆର ମଠ ମଧ୍ୟ ଉଚ୍ଛେଦ ହୋଇଛି । ଅନ୍ୟପଟେ ଗତ ଦୁଇଦିନ ତଳେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ପ୍ରଶାସର ଏହି ଉଚ୍ଛେଦ ପ୍ରକ୍ରିୟାକୁ ସମାଲୋଚନା କରିଥିବା ବେଳେ ଆଜି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ମଧ୍ୟ ସମାଲୋଚନା କରିଛନ୍ତି । ସେ ଏହାକୁ ନିନ୍ଦା କରିବା ସହ ସରକାର ଶ୍ରୀକ୍ଷେତ୍ରକୁ କୁରୁକ୍ଷେତ୍ର କରି ସାରିଲେଣି ବୋଲି କହିଛନ୍ତି ।