ବାଲେଶ୍ୱର(ଏଟିଆର ବ୍ୟୁରୋ): ଲୁଟ ଉଦ୍ୟମ ବେଳେ ଧରାପଡିଲେ ଦୁଇ ଯୁବକ । ର୍ନିଧୁମ ଛେଚିଲେ ଲୋକ । ଘଟଣାଟି ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୬୦ ଜାମାଳପୁର ବାଇପାସ ନିକଟର । ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ଥାନା ଅନ୍ତର୍ଗତ ରାୟରାମଚନ୍ଦ୍ରପୁର ଗ୍ରାମର ଅଭିମନ୍ୟୁ ସାହୁ ନାମକ ଜଣେ ଯୁବ ବ୍ୟବସାୟୀ ନିଜ କାମ ସାରି ଘରକୁ ଫେରୁଥିଲେ । ତାଙ୍କ ପାଖରେ ଟଙ୍କା ଥିବାର ସନ୍ଦେହ କରି ଦୁର୍ବୃତ୍ତ ମାନେ ତାଙ୍କୁ ପିଛା କରିଥିଲେ ।
ଜାମାଳପୁର ବାଇପାସ ନିକଟରେ ଅଭିମନ୍ୟୁଙ୍କୁ ପଛପଟୁ ଆକ୍ରମଣ କରିଥିଲେ ଦୁର୍ବୃତ୍ତ ମାନେ । ହେଲେ ଅଭିମନ୍ୟୁଙ୍କ ଉପସ୍ଥିତ ବୁଦ୍ଧି ଖର୍ଚ୍ଚ କରି ସେମାନଙ୍କୁ ପାଖରେ ଥିବା ବିଲ ଭିତରକୁ ପେଲି ଦେଇଥିଲେ । ତେବେ ଦୁର୍ବୃତ୍ତ ମାନେ ସେଠାରୁ ଖସି ପଳାଇବା ପାଇଁ ଚେଷ୍ଟା କରିଥିଲେ । ହେଲେ ବିଲ ଭିତରେ କାମ କରୁଥିବା ସ୍ଥାନୀୟ ଲୋକ ଦୁର୍ବୃତ୍ତ ମାନଙ୍କୁ ଗୋଡାଇ ଧରିବା ସହ ମାଡ ମାରିଥିଲେ । ଏହା ପରେ ଅଭିମନ୍ୟୁଙ୍କୁ ଗୋଷ୍ଠୀ ସ୍ୟାସ୍ୟ୍ଥ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଦୁର୍ବୃତ୍ତ ମାନଙ୍କୁ ଗିରଫ କରିଛି । ତେବେ ଦିନ ଦିପହରେ ଏଭଳି ଲୁଟେରା ମାନଙ୍କ ଆକ୍ରମଣ ସ୍ଥାନୀୟ ଲୋକଙ୍କୁ ଭୟବିତ କରାଇଛି ।