ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ନବଦିଗନ୍ତ ଚିଟଫଣ୍ଡ ଠକେଇ ମାମଲାରେ ଗିରଫ ସାଂସଦ ରାମଚନ୍ଦ୍ର ହାଂସଦାଙ୍କୁ ପୁଣି ଜେରା । କେନ୍ଦ୍ର କର୍ପୋରେଟ ଆଫେୟାର୍ସ ପକ୍ଷରୁ ତାଙ୍କୁ ଜେରା କରାଯାଉଛି । ଏହି ଜେରାରେ ସାମିଲ ହୋଇଛନ୍ତି ୩ଜଣିଆ ଟିମ ।
ହାଂସଦାକୁ ଜେରା କରିବା ଲାଗି ବିଭାଗ ପକ୍ଷରୁ ସ୍ଥାନୀୟ ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଅନୁମତି ମଗାଯାଇଥିଲା । ଅନୁମତି ମିଳିଛି, ହେଲେ କେତେଟା ସର୍ତ ରଖାଯାଇଛି । ଯେମିତି କି, ତଦନ୍ତକାରୀ ଟିମ ରାମଚନ୍ଦ୍ରଙ୍କୁ ଭୟଭିତ କରାଇବେ ନାହିଁ କି ଅସମ୍ମାନ କରିବେ ନାହିଁ । ସେହିପରି ରାମଚନ୍ଦ୍ରଙ୍କ ଓକିଲଙ୍କୁ ମଧ୍ୟ ଯଥା ସମ୍ମାନ ଦେବା ଲାଗି କୋର୍ଟଙ୍କ ନିର୍ଦ୍ଦେଶ ରହିଛି । ୧୦ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଏହି ଜେରା କରାଯିବର ସୂଚନାମିଳିଛି । ଜେରା ବେଳେ ଠକେଇ ସମ୍ପର୍କୀତ ଅନେକ ତଥ୍ୟ ତଦନ୍ତକାରୀ ଟିମ ହାତରେ ଲାଗିଥିବା ସୂଚନା ମିଳିଛି ।