ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭୁଷୁଡି ପଡିଛି ନିର୍ମାଣଧୀନ ଘରର ଛାତ । ଏଥିରେ ୨୮ ଜଣ ଶ୍ରମିକ ଚାପି ହୋଇ ରହିଥିବା ବେଳେ ଅନେକ ଆହତ ହୋଇଥିବା ଜଣାପଡିଛି । ଏଭଳି ଏକ ଅଭାବନୀୟ ଘଟଣା ବରେଲି ନୱାବଗଞ୍ଜରେ ଘଟିଛି ।
ସୂଚନାଯୋଗ୍ୟ, ନୱାବଗଞ୍ଜର କ୍ୟୁଲଡିୟା ସ୍ଥିତ ଲିୟାକତ ଅଲ୍ଲୀ ବିଲ୍ଡିଂରେ ଲିଣ୍ଟର କାମ ଚାଲୁଥିଲା । ଇତି ମଧ୍ୟରେ ଅଚାନକ୍ ଲିଣ୍ଟର ଭୁଷୁଡି ପଡିବା ଯୋଗୁଁ କାମରେ ଲାଗିଥିବା ଶ୍ରମିକ ମାନଙ୍କ ମଧ୍ୟରୁ ୨୮ ଜଣ ଚାପି ହୋଇଯାଇଛନ୍ତି । ଖବର ପାଇ ପୋଲିସ ଏବଂ ଦମକଳ ବାହିନୀ ଘଟଣାସ୍ଥଳରେ ପହଁଚି ଗ୍ରାମୀଣ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।
ସେପଟେ ଏହି ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କୁ ଚିକିତ୍ସ କରିବା ଲାଗି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହାସହିତ ଅନେକ ଶ୍ରମିକ ଛାତ ତଳେ ଚାପି ହୋଇ ରହିଥିବା ଜାଣିବାକୁ ମିଳିଛି ।