ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆସନ୍ତାକାଲି ଓଡିଶା ଫେରିବେ ଯୋଡା ମୁଣ୍ଡ ଶିଶୁ ଜଗା କାଳିଆ । ଏନେଇ ଆଜି କଟକ ଏସିବିରୁ ଦୁଇ ଜଣିଆ ଡାକ୍ତରୀ ଟିମ ଦିଲ୍ଲୀ ଗସ୍ତ କରିଛନ୍ତି । ଆସନ୍ତାକାଲି ସନ୍ଧ୍ୟାରେ ଏହି ଦୁଇ ଭାଇ ଓଡିଶା ଫେରି ପାରନ୍ତି ବୋଲି ସୂଚନା ମଳିଛି । ଆସନ୍ତାକାଲି ଦିଲ୍ଲୀ ଏମସ ପକ୍ଷରୁ ଏକ ସାମ୍ବାଦିକ ସମ୍ମୀଳନୀ ପରେ ଜଗା ବଳିଆଙ୍କୁ ଓଡିଶା ପଠାଯିବ । ତେବେ ଏମସରେ ଦୁଇ ଜଣଙ୍କର ସ୍ୱସ୍ଥ୍ୟବସ୍ଥା ଭଲ ରହିଥିବା ଜଣା ପଡିଛି । ୨୦୧୭ ମସହାରେ ଏହି ଦୁଇ ଭାଇଙ୍କର ସର୍ଜରୀ କରାଯାଇଥିଲା । ସର୍ଜରୀ ପାଇଁ ସେତେବେଳେ ଯାପାନରୁ ଡାକ୍ତର ଆସିଥିଲେ ।
ସୂଚନାଯୋଗ୍ୟ ପୂର୍ବରୁ ଏସସିବିରେ ଏହି ଯୋଡା ମୁଣ୍ଡ ଶିଶୁ ରହି ସାରିଛନ୍ତି । ଏହି ଦୁଇ ଭାଇଙ୍କୁ ଓଡିଶା ପଠାଯିବା ପୂର୍ବରୁ ଦୁଇ ଜଣଙ୍କର ଟିକିନିଖି ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା କରାଯିବା ପରେ ଡିସଚାର୍ଜ କରାଯିବ ବୋଲି ଜଣା ପଡିଛି । ଜଗା ବଳିଆଙ୍କ ବାପା ମା ଓଡିଶା ଫେରି ଆସିବାକୁ ଇଚ୍ଛା ପ୍ରକାଶ କରୁଥିବାରୁ ସେମାନଙ୍କୁ ଓଡିଶା ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ୨୦୧୭ ଜୁଲାଇ ମାସ ଠାରୁ ଏହି ଦୁଇ ଭାଇ ଏମ୍ସରେ ଚିକିତ୍ସିତ ହେଉଛନ୍ତି । ଏଥିପାଇଁ ସରକାରୀ କ୍ଷେତ୍ରରେ ସମସ୍ତ ବ୍ୟବସ୍ଥା କରାଯାଇଛି ।