ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ସାରା ଦେଶରେ ଏବେ ଲାଗୁ ହୋଇଛି ନୂଆ ମୋଟରଯାନ ଆଇନ । ଯାହାକୁ ନେଇ ଏବେ ଚାରିଆଡେ ଚାଲିଛି ଧରପଗଡ । ଟିକେ ଓଲମ ବିଲମ ହେଲେ ମାଡି ବସୁଛି ପୋଲିସ । ତେବେ ସରକାରଙ୍କ ପକ୍ଷରୁ ଆଉ ଏକ ନୂଆ ବ୍ୟବସ୍ଥା ଏବେ ହାତକୁ ନିଆଯାଇଛି । ମଦୁଆ ଗାଡି ଚାଳକଙ୍କୁ ସାବାଡ କରିବା ପାଇଁ ଏଣିକି ଟୋଲ ଗେଟରେ ଚେକିଂ କଡାକଡି ହେବ ।
ଟୋଲଗେଟ ଗୁଡ଼ିକରେ ବ୍ରିଦ ଆନାଲାଇଜର ରହିବ ଯାହା ମଦ୍ୟପାନ କରି ଗାଡ଼ି ଚଳାଉଥିବା ଡ୍ରାଇଭରଙ୍କୁ ଚିହ୍ନଟ କରିବ।ଗତ କାଲି ଠାରୁ ଏହି ନିୟମ ଲାଗୁ ହୋଇଛି । ସାମାନ୍ୟ ସନ୍ଦେହ ହେଲେ ପୋଲିସ ଡ୍ରାଇଭରଙ୍କୁ ବ୍ରିଦ୍ ଆନାଲାଇଜର ପାଇଁ ଡାକିବେ। ଶହେ ମିଲି ରକ୍ତରେ ୩୦ ଗ୍ରାମରୁ ଅଧିକ ଆଲକହଲ ମିଳିଲେ ଡ୍ରାଇଭରକୁ ତୁରନ୍ତ ଗିରଫ କରାଯିବ। ଦରକାର ପଡ଼ିଲେ ଗାଡ଼ିକୁ ବି ସିଜ୍ କରାଯିବ। ଏନେଇ ଗତକାଲି ସନ୍ଧ୍ୟାରେ ପୋଲିସ ମହାନିର୍ଦେଶକ ସୂଚନା ଦେଇଛନ୍ତି ।
ଅନ୍ୟପଟେ ଗତକାଲି ଠାରୁ ଚାଲାଣରେ ସାମାନ୍ୟ କୋହଳ କରାଯାଇଛି । ପଲ୍ୟୁସନ ଚେକିଂକୁ ମାସେ ପର୍ଯ୍ୟନ୍ତ କୋହଳ କରାଯାଇଛି । ତେବେ ଦେଖିବାକୁ ବାକି ରହିଲା ପ୍ରଶାସନ ପକ୍ଷରୁ କରା ଯାଉଥିବା ଏ ହି କଡା ନିୟମ କେତେଦିନ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେଉଛି । ଆଗରୁ ଏମିତି ଅନେକ ନିୟମ ଆସିଛି ଓ ଯାଇଛି । ଲୋକଙ୍କୁ ସଚେତନ କରିବା ପାଇଁ କିଛି ଦିନ ଧରପଗଡ ଚାଲେ ଆଉ ତା ପରେ ଯୋଉ କଥାକୁ ସେଇ କଥା । ନିୟମକୁ ଫୁ ।