ରାଉରକେଲା(ଏଟିଆର ବ୍ୟୁରୋ): ମଦ୍ୟପ ବାପାଙ୍କ ମାଡ, ଗାଳି ସହି ନପାରି ୩ ଜଣ ଭଉଣୀ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁର ଗ୍ରାମରେ । ବୀରମିତ୍ରପୁର ଥାନା ପାତାଳାକାଣ୍ଡ ଗ୍ରାମରେ ବାସ କରନ୍ତି ପ୍ରେଡ୍ରି ସୁରିନ୍ । ପରିବାର କହିଲେ ବାପା, ମା, ୩ଜଣ ଝିଅ । ପେଡ୍ରି ଦିନ ମଜୁରିଆ ଭାବେ କାମ କରି ପୁରା ପରିବାର ଚଳାନ୍ତି । ପିଲାମାନେ ଛୋଟ ଥିଲା ବେଳେ ପେଡ୍ରିଙ୍କ ମାଡ ଗାଳି ସହି ନପାରି ତାଙ୍କ ସ୍ତ୍ରୀ ତାଙ୍କୁ ଛାଡି ଚାଲି ଯାଇଥିଲେ ।
ଏହା ପରେବି ପେଡ୍ରି ସୁଧିରି ନଥିଲେ । ପ୍ରତିଦିନ ମଦ୍ୟପାନ କରି ଘରକୁ ଆସି ୩ ଝିଅଙ୍କ ଉପରେ ଗାଳି ଗୁଳଜ କରିବା ସହ ମାଡ ମାରୁ ଥିଲେ । ଏଥିରେ ଅତିଷ୍ଠ ହୋଇ ଗତକାଲି ସଂଧ୍ୟା ବେଳେ ୩ଜଣ ଭଉଣୀ ମିଶି ଫିନାଇଲ ପିଇ ଅତ୍ମହତ୍ୟା କରିବାପାଇଁ ଉଦ୍ୟମ କରିଥିଲେ । ଆତ୍ମହତ୍ୟା ଉଦ୍ୟମ କରିଥିବା ୩ ଜଣ ହେଲେ ସ୍ୱାତୀ ସୋରିନ୍(୧୮), ଶାଲିନୀ ସୋରିନ(୧୬) ଓ ଜେନିସ୍ ସୋରିନ (୧୫) । ତେବେ ୩ଝିଅଙ୍କ ଖୁଡି ଆନିମା ସୁରିନ୍ ସେମାନଙ୍କୁ ଉଦ୍ଧାର କରି ରାଉରକୋଲା ସରକାରୀ ମେଡିକାଲରେ ଭର୍ତ୍ତି କରିଥିଲେ । ବର୍ତ୍ତମାନ ସେମାନଙ୍କ ଅବସ୍ଥା ଗୁରୁତର ଥିବାର ଜଣାପଡିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।