ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଏବେ ସାରା ଦେଶରେ ନୂଆ ଭେଇକିଲ ଆକ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି । ଦେଶରେ ଲାଗୁ ହୋଇଥିବା କଡା ଆଇନକୁ ନେଇ ଗାଡି ଚାଳକ ଆଶଙ୍କାରେ । ଘରୁ ଗୋଡ କାଢିବାକୁ ଭୟ ଲାଗୁଛି । ତେବେ ଏହି ଅତିରିକ୍ତ ଫାଇନକୁ ନେଇ ଜନ ଅସନ୍ତୋଷ ତେଜିବାରେ ଲାଗିଛି । ଯାହାର ବାସ୍ତବ ରୂପ ଗତକାଲି ରାଜଧାନୀ ଭୁବନେଶ୍ୱର ରାଜ ମହଲ ଛକରେ ଦେଖିବାକୁ ମିଳିଥିଲା । ତେବେ ଏହି ନିୟମକୁ ନେଇ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିଶ ଗଡକରି କହିଛନ୍ତି ଲୋକଙ୍କ ଜୀବନ ଠାରୁ ଧନ ଅଧିକ ମୂଲ୍ୟବାନ ନୁହେଁ ।
ସାଧାରଣ ଳୋକଙ୍କ ସୁରକ୍ଷା ପାଇଁ ଏ ଭଳି ଏକ କଡା ଆଇନ କରାଯାଇଛି । ଏମିତି କଡା ଆଇନ କେବଳ ଭାରତରେ ନୁହେଁ ଅନ୍ୟଦେଶ ମାନଙ୍କରେ ବହୁ ପୂର୍ବରୁ ଲାଗୁ ହୋଇଛି । ତେବେ ଆସନ୍ତୁ ଜାଣିବା କେଉଁ ଦେଶରେ ଟ୍ରାଫିକ ନିୟମ ଉଲ୍ଲଘଂନ କଲେ କେତେ ଟଙ୍କା ରହିଛି ଫାଇନ ।
ତାଇବାନ – ଏହି ଦେଶରେ ଯଦି ଜଣେ ନିଶା ଖାଇ ଗାଡି ଚଳାଉଥିବା ବେଳେ ଧରା ପଡେ ତେବେ ତାକୁ ଦୁଇ ବର୍ଷ ଜେଲ ସହିତ ୪ ଲକ୍ଷ ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିଥାଏ । ନିଶାଶକ୍ତ ଅବସ୍ଥାରେ ଦୁର୍ଘଟଣା ଘଟାଇଲେ ୭ ବର୍ଷ ଜେଲ । ମଦ ପିଇ ଗାଡି ଧକ୍କାରେ କାହାର ମୃତ୍ୟୁ ହେଲେ ୧୦ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡେ ।
ଓମାନ – ଏହି ଦେଶରେ ଯଦି ଜଣେ ଗାଡି ଚଳାଇବା ବେଳେ ମୋବାଇଲ ବ୍ୟବହାର କରେ ତେବେ ତାକୁ ୧୦ ଦିନ ପର୍ଯ୍ୟନ୍ତ ଜେଲ ଓ ୫୬ ହଜାର ଟଙ୍କା ଜରିମାନା ଦେବାକୁ ପଡେ
ବ୍ରିଟେନ – ଏଠାରେ ଯଦି ଜଣେ ଗାଡି ଚଳାଇବା ବେଳେ କୌଣସି ଇଲେକ୍ଟ୍ରି ଡିଭାଇସର ବ୍ୟବହାର କରୁଥିବା ବେଳେ ଧରାପଡେ ତେବେ ତାକୁ ୧୭ ହଜାର ଟଙ୍କା ଜରିମାନା ଦେବାକୁ ପଡେ । ତା ପୁଣି ପ୍ରଥମ ଥର ଧରା ପଡିଲେ ।
ଫିନଲେଣ୍ଡ- ଏଠାରେ ଜୋରରେ ଗାଡି ଚଳାଇଲେ କୋଟି କୋଟି ଟଙ୍କାର ଫାଇନ ଦେବାକୁ ପଡେ । ଏଠାରେ ଜଣେ ଆରବପତି ଜୋରରେ ଗାଡି ଚଳାଇବାରୁ ୪ କୋଟି ଟଙ୍କା ଜରିମାନା ଦେଇଥିଲା ।