କଳାହାଣ୍ଡି(ତୁଳସୀରାମ ଛତ୍ରିୟା ): ମା ପାଲଟିଲା ରାକ୍ଷସି । ନିଜେ ଜନ୍ମ ଦେଇଥିବା ଦୁଇ ଶିଶୁ ପୁତ୍ରଙ୍କ ଗଳା କାଟି ହତ୍ୟା କଲା ପରେ ନିଜେ କଲେ ଆତ୍ମହତ୍ୟା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ସିଂଝରଣ ଗ୍ରାମରେ । ଆଜି ସକାଳେ ଗ୍ରାମର ଲୋକ ମାନେ ଶୌଚ ହେବାକୁ ରେଳ ଧାରଣା ନିକଟକୁ ଯାଇଥିଲା ବେଳେ ମୃତ ମା ବିକଳା ମାଝିଙ୍କୁ ରେଳ ଧାରଣାରେ କଟି ହୋଇ ମୃତୁବରଣ କରିଥିବାର ଦେଖିଥିଲେ । ତୁରନ୍ତ ଲୋକ ମାନେ ତାଙ୍କ ଘରକୁ ଆସିଥିଲେ ଆଉ ସେଠାରେ ଦେଖିବାକୁ ପାଇଥିଲେ ବିମଳାଙ୍କ ଦୁଇ ପୁଅଙ୍କ ଗଳା କାଟି ହତ୍ୟା କରାଯାଇଛି । ମୃତ ଦୁଇ ପୁଅ ହେଲେ ଦୁଷ୍ମନ୍ତ ଓ ରବିନ୍ଦ୍ର ।
ସୂଚନା ଅନୁସାରେ ବିମଳାଙ୍କ ସ୍ୱାମୀ ଲିଙ୍ଗା ମାଝି କୌଣସି କାରଣରୁ ବିମଳାଙ୍କ ଠାରୁ ଅଲଗା ରହୁଥିଲେ । ଲିଙ୍ଗା ଘରେ ଅନୁପସ୍ଥିତ ଥିଲା ବେଳେ ବିମଳା ଏଭଳି ଘଟଣା ଘଟାଇ ଥିଲା । ତେବେ ପରିବାର ଲୋକ ଏହା ଏକ ଯୋଜନା ବଦ୍ଧ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତିି । ଭବାନୀପାଟଣା ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହ ସ୍ୱାମୀ ଲିଙ୍ଗାଙ୍କୁ ଅଟକ ରଖି ପଚାରାଉଚରା କରୁଛି ।