ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଏବେ ଚାରିଆଡେ ଟ୍ରାଫିିକ ଟାଇଟ । ଆଉ ରାସ୍ତାରେ ଦେଖା ଯାଉ ନାହାନ୍ତି ରୋଡ ରୋମିଓ । କିଛି ମାତ୍ରାରେ ଏବେ ରାଜ ରାସ୍ଥା ଟିକେ ଶୀତଳ ପଡିଛି । ଘ୍ୁ.. ଘାଁ. ପୁଁ .. ପାଁ .. ରୁ ଟିକେ ନିସ୍ତାର ମିଳିଛି । ହେଲେ ରୋଡ ରୋମିଓଙ୍କ ନିଶା କିନ୍ତୁ ଖସିନି । ଏନ ଏଚ ଛାଡି ଏବେ ଗଳି କନ୍ଦିକୁ ଟାର୍ଗେଟ । କେଉଁ ଗଳିରୁ କୋଉ ଝିଅ ବାହାରୁଛି ତାର ଜାତକ ଉଣ୍ଡାଳୁଛନ୍ତି । ମୌକା ମିଳିଲେ ହେଳା ନ କରି ପ୍ରେମ ଜାଲ ବିଛାଉଛନ୍ତି । ଯାହାର ଏକ ବାସ୍ତବ ପ୍ରମାଣ ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱର ଜିଜିପି କଲୋନୀରେ । କିନ୍ତୁ ଫରକ ଏତିକି ପ୍ରେମ ଜାଲରେ ଫୁଲ ବଦଳରେ କଣ୍ଟା ମାଡରେ ଲହୁ ଲୁହାଣ ହୋଇଛନ୍ତି ରୋଡ ରୋମିଓ । ଆଉ କାନ ମୁଣ୍ଡା ଆଉଁସି ବୋଉ ଲୋ ବାପା ଆଉ କରିବୁନି କହିଲେ ।
ପୁରା ଘଟଣା ଥିଲା ଏମିତି – ଜିଜିପି କଲୋନୀରୁ ସ୍କୁଟି ଧରି ବାହାରୁଥିବା ଜଣେ ଯୁବତୀଙ୍କ ଉପରେ ପ୍ରଥମେ ନଜର ପଡିଥିଲା ଏହି ଦୁଇ ରୋମିଓଙ୍କର । ଆଉ ସ୍କୁଟି ପଛେ ପଛେ ଆରମ୍ଭ କରିଦେଲେ ଯୁବତୀଙ୍କ ପିଛା । ରାସ୍ତାରେ ଜଣେ ଯୁବତୀଙ୍କୁ ଏକୁଟିଆ ଦେଖି ଆରମ୍ଭ କରିଦେଲେ କମେଣ୍ଟ ମରା । କମେଣ୍ଟ ତ କଲେ କଲେ ତାସାଙ୍ଗେ ସାଙ୍ଗେ ରିଆକସନ ଦେଖିବାକୁ ପିଛରେ ବି ଗଲେ । ଝିଅଟି ବି ହସି ଦେଲା । ହସିଲା ମାନେ ଫସିଲା ଭାବି ଅଧିକ ଉତ୍ସାହିତ ହୋଇ ପଡିଲେ ଯୁବକ ଦୁଇଜଣ ।
ଆଉ ଆରମ୍ଭ କରିଦେଲେ ଝିଅଟିକୁ ଅଶ୍ଲୀଳ ଇଙ୍ଗିତ । ଯୁବତୀ ଜଣଙ୍କ ବି ଛାଡିଲା ପିଲା ନୁହେଁ । ଯୁବକ ଦୁଇଜଣ କିଛି ବାଟ ତାଙ୍କ ପିଛା କରିବା ପରେ ଯୁବତୀ ଜଣଙ୍କ ଦେଖାଇଲେ ତାଙ୍କ ଅସଲ କାରାନାମା । ରାସ୍ତା ମଝିରେ ନିଜେ ସ୍କୁଟି ଅଟକାଇ ଯୁବକ ଦୁଇଜଣଙ୍କୁ ଅଟକାଇଲେ । ଆଉ ମନ ଇଚ୍ଛା ଅଦା ରସୁଣ ଭଳିଆ ଛେଚି ଦେଇ ଗଲେ । ସେ ତ ଖାଲି ଛେଚିଲେ ତାଙ୍କ ଦେଖା ଦେଖି ଉପସ୍ଥିତ ସାଧାରଣ ଲୋକ କୁଟି ପକେଇଲେ ।