ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆପେଲ ର ଆଇଫୋନ୍ ୧୧, ଆଇଫୋନ ୧୧ ପ୍ରୋ ଏବଂ ଆଇଫୋନ ପ୍ରୋ ମ୍ୟାକ୍ସ ଲଞ୍ଚ ହେବା ପରେ ଭାରତୀୟ ବଜାରରେ ପୁରୁଣା ଫୋନର ଦରରେ ହ୍ରାସ ହୋଇଛି । କମ୍ପାନୀ ପକ୍ଷରୁ ଆଇଫୋନ XR,XS,XS Max,iphone 8, iphone 8 plus ଏବଂ iphone 7 plus ର ଦର ହ୍ରାସ କରାଯାଇଛି । ସେପଟେ କମ୍ପାନୀର ଅଫିସିଆଲ ୱେବସାଇଟରେ ଆଇଫୋନ ର ନୂତନ ଦର ଜାରି କରାଯାଇଛି । ଏହାସହିତ କୁହାଯାଉଛି କି କମ୍ପାନୀ ଖୁବ୍ ଶୀଘ୍ର ପୁରୁଣା ଆଇଫୋନ୍ ମଡେଲକୁ ନୂଆ ଦର ସହିତ ଗ୍ରାହକଙ୍କ ପାଇଁ ଇ-କମର୍ସ ୱେବସାଇଟ ଏବଂ ଆପେଲ ଷ୍ଟୋରରେ ଉପଲବ୍ଧ କରିବ ।
ସୂଚନାଯୋଗ୍ୟ, କମ୍ପାନୀ ପକ୍ଷରୁ ଗତବର୍ଷ ଭାରତୀୟ ବଜାରରେ ଆଇଫୋନ୍ ଏକ୍ସଏସ ଏବଂ ଏକ୍ସଆର ଲଞ୍ଚ କରାଯାଇଥିଲା । ସେହି ଅନୁଯାୟୀ ଗ୍ରାହକଙ୍କ ପାଇଁ ଆଇଫୋନ୍ ଏକ୍ସଏସ ର ଦର ୮୯,୯୯୦ ଟଙ୍କା ଏବଂ ଏକ୍ସ ପାଇଁ ୯୧,୯୦୦ ଟଙ୍କା ରଖାଯାଇଥିଲା । ଏକ୍ସ ସିରିଜ୍ ବ୍ୟତିତ ଆଇଫୋନ୍ ୮ ଦର ଉପରେ ବି ହ୍ରାସ କରାଯାଇଛି ।
ଆଇଫୋନ୍ X ସିରିଜ୍ ର ନୂତନ ଦର
– ଆଇଫୋନ୍ ଏକ୍ସଆର ୬୪ ଜିବି- ୪୯,୯୦୦
– ଆଇଫୋନ ଏକ୍ସଆର ୧୨୮ ଜିବି- ୫୪,୯୦୦
– ଆଇଫୋନ ଏକ୍ସଏସ ୬୪ ଜିବି-୮୯,୯୦୦
– ଆଇଫୋନ ଏକ୍ସଏସ ୨୫୬ ଜିବି- ୧,୦୩,୯୦୦
– ଆଇଫୋନ ଏକ୍ସ ୬୪ ଜିବି-୯୧,୯୦୦
– ଆଇଫୋନ ଏକ୍ସ ୨୫୬ ଜିବି – ୧,୦୬,୯୦୦ ଟଙ୍କା ।
ସେହିପରି ଆଇଫୋନ ୭ ଏବଂ ଆଇଫୋନ ୮ ର ଦର ବି ହ୍ରାସ ହୋଇଛି ।
– ଆଇଫୋନ ୮ ୬୪ ଜିବି- ୩୯,୯୦୦
– ଆଇଫୋନ ୮ ୧୨୮ ଜିବି- ୪୪,୯୦୦
– ଆଇଫୋନ ୮ ପ୍ଲସ ୬୪ ଜିବି- ୪୯,୯୦୦
– ଆଇଫୋନ ୮ ପ୍ଲସ ୧୨୮ ଜିବି- ୫୪,୯୦୦
– ଆଇଫୋନ ୭ ପ୍ଲସ ୩୨ ଜିବି- ୩୭,୯୦୦
– ଆଇଫୋନ ୭ ପ୍ଲସ ୧୨୮ ଜିବି- ୪୨,୯୦୦
– ଆଇଫୋନ ୭ ୩୨ ଜିବି – ୨୯,୯୦୦
– ଆଇଫୋନ ୭ ୧୨୮ ଜିବି- ୩୪,୯୦୦ ଟଙ୍କା ।