ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆସନ୍ତା ସେପ୍ଟେମ୍ଭର ୧୪ ତାରିଖରୁ ସେପ୍ଟେମ୍ଭର ୨୦ ତାରିଖ ପର୍ଯ୍ୟନ୍ତ ବିଜେପି ରାଜ୍ୟରେ ସେବା ସପ୍ତାହ ପାଳନ କରିବ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମ ତାରିଖ ଉକ୍ତ ସପ୍ତାହ ମଧ୍ୟରେ ପଡୁଥିବାରୁ ଏହି ସପ୍ତାହକୁ ସେବା ସପ୍ତାହ ଭାବେ ରାଜ୍ୟ ବିଜେପି ପାଳନ କରିବାକୁ ନିଷ୍ପତି ନେଇଛି । ଏ ନେଇ ବିଜେପି କାର୍ଯ୍ୟାଳୟରେ ହୋଇଥିବା ଏକ ବୈଠକରେ ବରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ସେପ୍ଟେମ୍ଭର ୧୭ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନ ପଡୁଥିବାରୁ ଏହାକୁ ସେବା ସପ୍ତାହ ଭାବେ ପାଳନ କରାଯିବ ।
କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା ୧୪ ତାରିଖରେ ଭୁବନେଶ୍ୱର ଭରତପୁର ଠାରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ଏହି କାର୍ଯ୍ୟକ୍ରମ ଜରିଆରେ ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର, ସ୍ୱାସ୍ଥ୍ୟ ପରୀକ୍ଷା ଶିବିର, ଚକ୍ଷୁ ପରୀକ୍ଷା ଓ ଓøଷଧ ବଣ୍ଟନ ଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସେହିଭଳି ୨୦ ତାରିଖ ଉଦଯାପନି ଦିବସ ଦିନ ସାରା ରାଜ୍ୟରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ହେବ ।
ଏହିଦିନ ଭାରତକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ କର୍ମକର୍ତ୍ତା ମାନେ ସଂକଳ୍ପ ନେବେ । ଏହି ପରିପ୍ରେକ୍ଷୀରେ ବିଜେପି କାର୍ୟ୍ୟକର୍ତାମାନେ ନିଜ ଅଂଚଳର ସ୍କୁଲ ଓ କଲେଜ ମାନଙ୍କରେ ଛାତ୍ରଛାତ୍ରୀମାନଙ୍କୁ ପ୍ଲାଷ୍ଟିକ ବସ୍ତୁକୁ ବର୍ଜନ କରିବା ଓ ଜଳ ସଂରକ୍ଷଣ ପାଇଁ ସଚେତନ କରାଇବୋ ସାଧାରଣ ଲୋକଙ୍କ ଭିତରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକକୁ ନେଇ ଜନଜାଗରଣ ସୃଷ୍ଟି କରାଯିବ ବୋଲି ଶ୍ରୀ ସେଠୀ କହିଛନ୍ତି।