ମାଲକାନଗିରି(ଏଟିଆ ବ୍ୟୁରୋ): କୋକ୍ରାଲା ନଦୀ ଉପରେ ନିର୍ମାଣ ହେଉଥିବା ଡ୍ୟାମକୁ ଆଦିବାସୀ ମାନେ ବିରୋଧ କରିଛନ୍ତି । ଛତିଶଗଡ ସରକାରଙ୍କ ବିରୋଧରେ ମାଲକାନଗିରି ମାଥିଲି ଗ୍ରାମର ଆଦିବାସୀ ମାନେ କମାରପାଲିରେ ମେଳି ହୋଇ ଛତିଶଗଡ ସରକାର ବିରୋଧରେ ନାରା ବାଜି କରିଛନ୍ତି । ଏହି ଡ୍ୟାମ ତିଆରି ହେଲେ ମାଥିଲି ବକ୍ଲର ୭ଟି ପଞ୍ଚାୟତର ୭୦ଟି ଗାଁ ଜଳମଗ୍ନ ହୋଇଯିବ ବୋଲି ସୋମାନେ ଅଭିଯୋଗ କରିଛନ୍ତି । ଏହି ଡ୍ୟାମ ତିଆରି ହେଲେ କିଆଙ୍ଗା, ମହୁପଦର,କମାରପାଲି, ସାଲଙ୍ଗି, ମେକା ଓ କର୍ତ୍ତାନପାଲି ପଞ୍ଚାୟତର ଚାଷ ଜମି ଜଳମଗ୍ନ ହୋଇଯିବ ଏହି ମେଳିରେ ୭ଟି ପଞ୍ଚାୟତରୁ ଶତାଧିକ ଲୋକ ସାମିଲ ହୋଇ ଡ୍ୟାମର ନିର୍ମାଣ କାର୍ଯ୍ୟକୁ ବନ୍ଦ କରାଯାଉ ବୋଲି ଦାବି କରିଛନ୍ତି ।
ଏହି ଡ୍ୟାମ ତିଆରି ହେବା ପୂର୍ବରୁ କୌଣସି ଜନଶୁଣାଣି ହୋଇନଥିବାରୁ ଆଦିବାସି ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ତେବେ ଯଦି ଏହାର କିଛି ସ୍ଥାଇ ସମାଧାନ ନବାହାର କରାଯାଏ ତେବେ ଆଗକୁ ଏହି ଆନ୍ଦୋଳନ ଆହୁରି ତୀବ୍ର ହେବାର ସୂଚନା ରହିଛି । ଏହି ମେଳି ଜିଲ୍ଲା ଆଦିବାସୀ ମଞ୍ଚ ଓ ବିଭିନ୍ନ ଆଦିବାସୀ ସଂଘ ସମର୍ଥନ ଜଣାଇଛନ୍ତି । ତେବେ ରାଜ୍ୟ ସରକାର ଏହି ବିଷୟରେ କଣ ପଦକ୍ଷପ ନେଉଛନ୍ତି ତାହା ଦେଖିବାର ଅଛି ।