ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ); ଆତଙ୍କବାଦ ପ୍ରସଙ୍ଗକୁ ନେଇ ଏବେ ସାରା ବିଶ୍ୱ ପାକିସ୍ତାନକୁ ସାମଲୋଚନା କରିବା ଆରମ୍ଭ କରି ଦେଲେଣି । ଏମିତିକି କେତେକ ଦେଶ ଅଧା ବାଟରେ ପାକିସ୍ତାନର ହାତ ଛାଡି ଦେଉଛନ୍ତି । ପାକିସ୍ତାନ ନିଜ ମାଟିରେ ଆତଙ୍କବାଦକୁ ପ୍ରୋତ୍ସାହନ କରୁଥିବା ଭାରତ ସମେତ ଅନେକ ଦେଶ ଦୀର୍ଘ ଦିନ ହେଲା ଅଭିଯୋଗ କରି ଆସୁଛନ୍ତି । ଯାହାକୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଖଣ୍ଡନ କରି ଆସୁଛନ୍ତି ।
ତେବେ ଏନଇ ଏବେ ଖୋଦ ପାକିସ୍ତାନର ପ୍ରଧାନ ମନ୍ତ୍ରୀ ଇମ୍ରାନ ଖାନ ଏକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଆତଙ୍କବାଦ ସୃଷ୍ଟି ହେବାର ଭିତିରି କଥା କହିଛନ୍ତି । ସେ ଆତଙ୍କବାଦ ସୃଷ୍ଟିକୁ ନେଇ ଏକ ପ୍ରକାର ଆମେରିକାକୁ ଦାୟୀ କରିଛନ୍ତି । ପାକିସ୍ତାନରେ ଆତଙ୍କବାଦ ସୃଷ୍ଟି ପାଇଁ ୧୯୮୦ ମସିହାରେ ଆମେରିକା ଆର୍ଥିକ ସହାୟତା ଦେଇଥିଲା । ଋଷର ଏକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏମିତି କିହିଛନ୍ତି ଇମ୍ରାନ । ୧୯୮୦ ମସିହାରେ ଋଷ ସହିତ ଯୁଦ୍ଧ କରିବା ପାଇଁ ପ୍ରଥମେ ପାକିସ୍ତାନ ଆତଙ୍କବାଦକୁ ପ୍ରସ୍ତୁତ କରିଥିଲା ।
ସେହି ସମୟରେ ଆମେରିକା ଜିହାଦୀଙ୍କ ଖର୍ଚ୍ଚ ଯୋଗାଉଥିଲା । ବର୍ତ୍ତମାନ କିନ୍ତୁ ଆମେରିକା ସେହି ଜିହାଦୀଙ୍କୁ ଆତଙ୍କବାଦ ଘୋଷଣା କରୁଛି । ସେ ଯାହାବି ହେଉ ଭାରତ କାଶ୍ମୀରରୁ ୩୭୦ ଉଚ୍ଛେଦ କରିବା ପରେ ପାକିସ୍ତାନ ଏକ ପ୍ରକାର ପ୍ରତିକ୍ରିୟାଶୀଳ ହୋଇ ପଡିଛି । ବିଶ୍ୱ ସମୁଦାୟ ଆଗରେ ଭାରତକୁ ଅକଳରେ ପକାଇବାକୁ ପାକିସ୍ତାନ ପ୍ରତ୍ୟେକ ମୁହୁର୍ତ୍ତରେ ଷଡଯନ୍ତ୍ର କରୁଛି ।