ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବଡ ଧରଣର ବସ ଦୁର୍ଘଟଣା । ନାଇଜେରିଆର ଉତ୍ତର-ପୂର୍ବ ସହର ମାଇଡୁଗୁରି ବାହାରେ ବସ୍ ଦୁର୍ଘଟଣା ଘଟିଛି । ତିନୋଟି ବସ୍ ଧକ୍କା ରେ ୩୭ ଜଣଙ୍କର ମୃତ୍ୟୁ ଘଟିଥିବା ନେଇ ଦେଶର ସଡକ ସୁରକ୍ଷା ଏଜେନ୍ସି ସୂଚନା ଦେଇଛନ୍ତି।
ବୋର୍ନୋ ରାଜ୍ୟ ସଡକ ସୁରକ୍ଷା ଏଜେନ୍ସିର ମୁଖ୍ୟ ଉତାନ ବୋଇ କହିଛନ୍ତି ଯେ ଦୁଇଟି ବାଣିଜ୍ୟିକ ବସ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି। ଏହି ସମୟରେ ଏକ ତୃତୀୟ ବସ୍ ସେମାନଙ୍କ ସହ ମୁହାଁମୁହିଁ ଧକ୍କା ହୋଇଛି । ଏପର୍ଯ୍ୟନ୍ତ ୩୭ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଅଧିକାଂଶ ଲୋକଙ୍କର ପରିଚୟ ମିଳି ପାରୁନାହିଁ ।