ୱେଲିଂଟନ (ଏଟିଆର ବ୍ୟୁରୋ); ୮୦ ରନରେ ଭାରତ ହାରିଲା ପ୍ରଥମ ଟି-୨୦ । ମାତ୍ର ୧୩୯ ରନରେ ସମସ୍ତ ୱିକେଟ ହରାଇ ପରାଜୟ ବରଣ କରିଛି ଭାରତ । ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ ହାରିଛି ଭାରତ । ୩ଟି ଟି-୨୦ ବିଶିଷ୍ଟ ସିରିଜରେ ଘରୋଇ ଦଳ ୧-୦ରେ ଆଗୁଆ ରହିଛି । ଭାରତର ବ୍ୟାଟିଂ ବିପର୍ଯ୍ୟୟ ପାଇଁ ଭାରତ ପରାଜୟ ବରଣ କରିଛି । ଧୋନୀ ଏବଂ କୁନାଲ ପାଣ୍ଡ୍ୟାଙ୍କ ଯୋଡିକୁ ଛାଡି ଦେଲେ ଅନ୍ୟ କୌଣସି ଖେଳାଳି ପଡିଆରେ ତିଷ୍ଠି ପାରି ନଥିଲେ । କୁନାଲ ବ୍ୟକ୍ତିଗତ ୨୦ ରନ କରି ଆଉଟ ହୋଇ ଯାଇଥିଲେ । ତେବେ ଧୋନୀ ଦଳ ପାଇଁ ଏକା ଲଢ଼ିଥିଲେ ମଧ୍ୟ ବିଶାଳ ସ୍କେରକୁ ପିଛା କରି ନପାରି ଶେଷର ରନରେ ଭାରତ ପରାଜୟ ହୋଇଛି ।
ଭାରତ ପକ୍ଷରୁ ଧୋନୀ ସର୍ବାଧିକ ୩୯ ରନ କରିଥିବା ବେଳେ ବାକି କୌଣସି ଖେଳାଳି ୩୦ ଉପରକୁ ସ୍କୋର କରି ପାରିନାହାଁନ୍ତି । ନ୍ୟୁଜିଲାଣ୍ଡ ବୋଲରଙ୍କ ଆଗରେ ଆତ୍ମସମର୍ପଣ କରିଛନ୍ତି ଭାରତୀୟ ଖେଳାଳି । ନ୍ୟୁଜିଲାଣ୍ଡ ପକ୍ଷରୁ ଟିମ ସାଉଥୀ ୨ଟି,ଇଶ ସୋଡି ୨ଟି ଏବଂ ସ୍କୋଟ ୨ଟି ୱିକେଟ ନେବାରେ ସଫଳ ହୋଇଛନ୍ତି । ଦିନିକିଆ ସିରିଜ ହାରିଥିବା ନ୍ୟୁଜିଲାଣ୍ଡ ଟି-୨୦ ପ୍ରଥମ ମ୍ୟାଚରୁ ନିଜର ଦବଦବା ଜାହିର କରିଛି । ତେବେ ଆଗାମି ୨ଟି ମ୍ୟାଚରୁ ମାତ୍ର ଗୋଟିଏ ଜିତିଲେ ଟି-୨୦ ସିରିଜ ବିଜୟ ହେବ ନ୍ୟୁଜିଲାଣ୍ଡ । ଯାହା ଫଳରେ ଭାରତ ପାଇଁ ଆଗାମି ମ୍ୟାଚଟି କର ବା ମର ।
ପ୍ରଥମ ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇଥିଲା । ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୬ ଗୋଟି ମୂଲ୍ୟବାନ ୱିକେଟ ହରାଇ ୨୧୯ ରନ କରିଥିଲା । ଏହି ବିଶାଳ ସ୍କୋରକୁ ପିଛା କରିବାକୁ ଯାଇ ଭାରତ ୧୩୯ ରନ କରିବାରେ ସକ୍ଷମ ହୋଇଥିଲା । ଏହି ସ୍କୋର କରିବା ପାଇଁ ଭାରତ ସମସ୍ତ ୱିକେଟ ହରାଇ ଦେଇଛି । ଫଳରେ ଭାରତ ୮୦ ରନରେ ପରାଜୟ ବରଣ କରିଛି । ପ୍ରଥମ ମ୍ୟାଚ ହାରିବା ପରେ ଭାରତୀୟ କ୍ରିକେଟ ପ୍ରେମୀଙ୍କ ମନରେ ବହୁତ ଦୁଃଖ ହୋଇଥିବା ଦେଖିବାକୁ ମିଳିଛି ।