ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ନିକଟ ଅତୀତରେ କ୍ରିକେଟକୁ ଅଲବିଦା କହିଥିବା ଭାରତର ପୂର୍ବତନ ଓପନର ବ୍ୟାଟ୍ସମ୍ୟାନ ଗୈାତମ ଗମ୍ଭୀର ହରଡଘଣାରେ ପଡିଛନ୍ତି । ଲୋକଙ୍କୁ ଠକିଥିବା ଅପରାଧରେ ଗୁରୁବାର ତାଙ୍କ ନାଁରେ ଦିଲ୍ଲୀର ଏକ ଅଦାଲତରେ ଜାମିନଯୁକ୍ତ ଗିରଫ ପରୱାନା ଜାରି ହୋଇଛି । ଆସନ୍ତା ଜାନୁଆରୀ ୨୪ ତାରିଖ ପୂର୍ବରୁ କୋର୍ଟରେ ହାଜର ହେବା ପାଇଁ ଗମ୍ଭୀରଙ୍କୁ ନୋଟିସ ହୋଇଛି । ଗାଜିଆବାଦସ୍ଥିତ ଇନ୍ଦ୍ରପୁରମରେ ଲୋକଙ୍କୁ ଘର ଯୋଗାଇ ଦେବା କହିଥିଲେ ଗୈାତମ । ତେବେ ଲୋକମାନଙ୍କୁ ଘର ନମିଳିବାରୁ ଗମ୍ଭୀରଙ୍କ ନାଁରେ ଏଭଳି ଅଭିଯୋଗ ଆସିଛି ।
ମିଳିଥିବା ସୂଚନା ମୁତାବକ ଗମ୍ଭୀର ରୁଦ୍ର ବିଲ୍ଡୱେଲ୍ସ ନାମକ ଏକ ରିଅଲିଷ୍ଟେଟରେ ନିର୍ଦ୍ଦେଶକ ଏବଂ ମୁଖ୍ୟ ଦୂତ ଥିଲେ । ବିଲଡର ଏକ ବଡ ବ୍ୟାନର ମଧ୍ୟ ମାରିଥିଲା । ଏଣୁ ଲୋକମାନେ ଗମ୍ଭୀରଙ୍କ ଭରଷାରେ ଘର ପାଇଁ ପଇସା ଦେଇଥିଲେ । ବିଲଡର ମଧ୍ୟ ଗମ୍ଭୀରଙ୍କ ନାଁରେ ବହୁତ ଟଙ୍କା ଲୋକଙ୍କ ପାଖରୁ ଚନ୍ଦେଇଥିବା ଅଭିଯୋଗ ହୋଇଛି ।
୨୦୧୧ ମସିହାରୁ ଗମ୍ଭୀର ପ୍ରଚାର କରିଆସୁଥିଲେ ସୁଦ୍ଧା ୨୦୧୬ ପର୍ଯ୍ୟନ୍ତ ଲୋକଙ୍କୁ ଘର ମିଳିନଥିଲା । ଫଳରେ ଠକେଇର ଶିକାର ହୋଇଥିବା ଲୋକମାନେ ଅଦାଲତର ଆଶ୍ରୟ ନେଇଥିଲେ । ୨୦୧୬ ପରଠୁ ଗମ୍ଭୀରଙ୍କୁ କୋର୍ଟରେ ହାଜର ହେବା ପାଇଁ ନୋଟିସ ହୋଇଥିଲେ ମଧ୍ୟ ସେ ହାଗର ହୋଇନାହାଁନ୍ତି । ଏଣୁ ଶେଷରେ କୋର୍ଟ ଗମ୍ଭୀରଙ୍କ ନାଁରେ ଗରିଫ ପରୱାନା ଜାରି କରିଛି ।