ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କାଶ୍ମୀରରୁ ଧାରା ୩୭୦ ହଟିବା ପରେ ପାକିସ୍ତାନ ଖାଲି ବିଳିବିଳଉଛି । କେତେବେଳେ ଯୁଦ୍ଧ କରିବ ବୋଲି କହୁଛି ତ ପୁଣି ଆଉ କେତେବେଳେ ପରମାଣୁ ବୋମା କଥା ଉଠାଉଛି । ଏବେ ପୁଣି ଥରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମାରାନ ଖାନ୍ କିଛି ଏଭଳି ବୟାନ ଦେଇଛନ୍ତି । ସେ ଏଥର ସ୍ୱୀକାର କରିଛନ୍ତି କି ପାରମ୍ପରିକ ଯୁଦ୍ଧରେ ଭାରତଠାରୁ ପାକିସ୍ତାନ ହାରିପାରେ । ସେ ତାଙ୍କ ଇସାରରେ ଦୁଇ ଦେଶ ମଧ୍ୟରେ ପରମାଣୁ ଯୁଦ୍ଧର ସମ୍ଭାବନା ଜତାଇଛନ୍ତି ।
ଇମରାନ ଖାନ୍ କହିଛନ୍ତି ପାରମ୍ପରିକ ଯୁଦ୍ଧକୁ ହାରିବା ସ୍ଥିତିରେ ଗୋଟେ ଦେଶ ପାଖରେ ଦୁଇଟି ବିକଳ୍ପ ଥାଏ । ହୁଏତ ସେ ସରେଣ୍ଡର କରିଦିଅନ୍ତୁ ନଚେତ୍ ଶେଷ ପର୍ଯ୍ୟନ୍ତ ଲଢନ୍ତୁ । ସେଥିପାଇଁ ପାକିସ୍ତାନ ଶେଷ ପର୍ଯ୍ୟନ୍ତ ଲଢିବ ।
ଏକ ଗଣମାଧ୍ୟମକୁ ସାକ୍ଷାତକରି ସେ କହିଛନ୍ତି କି , ମୁଁ ସର୍ବଦା ଯୁଦ୍ଧ ବିରୋଧରେ ରହିଛି । ମୋ କହିବାନୁଯାୟୀ ଏହାଦ୍ୱାରା କୌଣସି ସମାଧାନ ହେବ ନାହିଁ । ସେ ତେଣିକି ଭିଏତନାମା ର ଯୁଦ୍ଧ ହେଉ ଅବା ଇରାକର ଯୁଦ୍ଧ । ଯୁଦ୍ଧ ସମୟରେ ଅନେକ ସମସ୍ୟା ଉପୁଜିଥାଏ , ଯାହା ସବୁଠାରୁ ବଡ ସମସ୍ୟା । ସେଥିପାଇଁ ପାକିସ୍ତାନ କେବେ ବି ପରମାଣୁ ଯୁଦ୍ଧ କରିବ ନାହିଁ ।