ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କାନାଡା ସ୍ଥିତ କ୍ରିପ୍ଟୋକରେନ୍ସି କମ୍ପାନୀର ଜଣେ ୩୦ ବର୍ଷିୟ ସିଇଓ ଙ୍କର ଭାରତରେ ମୃତ୍ୟୁ ହୋଇଛି । ସିଇଓ ଦୁନିଆ ଛାଡି ଯିବା ସହ ତାଙ୍କ ସହିତ ୧୯୦ ମିଲିୟନ ଡଲାର ମାନେ ପାଖାପାଖି ୧୩୦୦ କୋଟି ର କରେନ୍ସିର ପାସୱାର୍ଡ ବି ଚାଲି ଯାଇଛି । ଏହି ପାସୱାର୍ଡ କେବଳ ସିଇଓ ଙ୍କ ପାଖରେ ଥିଲା । ଟପ୍ ସିକ୍ୟୁରିଟି ଏକ୍ସପର୍ଟ ବି ଏହି ପାସୱାର୍ଡକୁ ଅନଲକ୍ କରିବାରେ ଅସମର୍ଥ ହୋଇଛନ୍ତି । ଯାହା ଫଳରେ ଲୋକଙ୍କର କୋଟି କୋଟି ଟଙ୍କା ବୁଡି ଯାଇଛି ।
୩୦ ବର୍ଷିୟ ମୃତ ସିଇଓଙ୍କ ନାମ ଗେରାଲ୍ଡ କୋଟେନ୍ । ଅନ୍ତ ସମ୍ବନ୍ଧୀୟ ରୋଗରେ ପୀଡିତ ଥିବା ଗେରାଲ୍ଡ ଙ୍କର ଗତବର୍ଷ ଡିସେମ୍ବର ମାସରେ ମୃତ୍ୟୁ ହୋଇଥିଲା । ମୃତ୍ୟୁ ବେଳକୁ ସେ ଭାରତରେ ଥିଲେ । ସେଠାରେ ସେ ଏକ ଅନାଥ ଆଶ୍ରମ ଖୋଳିବେ ବୋଲି ଯୋଜନା କରୁଥିଲେ । ଏନେଇ କମ୍ପାନୀର ସୋସିଆଲ ମିଡିଆ ପେଜ୍ ରୁ ଜାଣିବାକୁ ମିଳିଥିଲା ।
ଗେରାଲ୍ଡଙ୍କ ମୃତ୍ୟୁ ଖବର ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ତାଙ୍କ ପତ୍ନୀ ଜେନିଫର ରୋବର୍ଟସନ ଏବଂ କଂପାନୀ ପକ୍ଷରୁ କୋର୍ଟରେ କ୍ରେଡିଲ ଅପିଲ କରାଯାଇଥିଲା । ସେଥିରେ କୁହାଯାଇଛି କି ଗେରାଲ୍ଡଙ୍କ ଇନକ୍ରିପ୍ଟେଡ ଆକାଉଣ୍ଟକୁ ଅନଲକ୍ କରି ପାରୁ ନାହାଁନ୍ତି । ଏଥିରେ ତାଙ୍କର ସମ୍ପତ୍ତି ସହ ୧୯୦ ମିଲିୟନ ଡଲାରର କ୍ରିପ୍ଟୋକରେନ୍ସି ବି ଲକ୍ ଅଛି । କୁହାଯାଉଛି କି ଗେରାଲ୍ଡ ଯେଉଁ ଲାପଟପ୍ ରେ କାମ କରନ୍ତି ତାହା ଇଇନକ୍ରିପ୍ଟଡ , ଯାହାର ପାସୱାର୍ଡ ତାଙ୍କ ପତ୍ନୀ ବି ଜାଣି ନାହାଁନ୍ତି । ଜାନୁଆରୀ ୩୧ରେ ୱେବସାଇଟ୍ ମାଧ୍ୟମରେ କ୍ୱାଡ୍ରିଗାସିଏକ୍ସ ନୋବା ସ୍କୋଟିଓ ସୁପ୍ରିମ କୋର୍ଟରେ ଅପିଲ କରିଛନ୍ତି କି ତାଙ୍କୁ ତାଙ୍କର ଆର୍ଥିକ ସମସ୍ୟାକୁ ସମାଧାନ କରିବାର ଅନୁମତି ଦିଆଯାଉ ।
କମ୍ପାନୀ କହିଛି କି, ‘ଗତ କିଛି ସପ୍ତାହ ହେବ ଆମେ ଆମର ସମସ୍ୟାକୁ ସମଧାନ କରିବା ପାଇଁ ପ୍ରୟାସ କରୁଛୁ । ଆମେ କ୍ରିପ୍ଟୋକରେନ୍ସି ଆକାଉଣ୍ଟର ପତା ଲଗାଇବା ଏବଂ ସୁରକ୍ଷିତ କରାଇବା ପାଇଁ ପ୍ରୟାସ ମଧ୍ୟ କରୁଛୁ । ଆମେ ଆମର ଗ୍ରାହକଙ୍କୁ ତାଙ୍କ ଡିପୋଜିଟ୍ ଅନୁଯାୟୀ ଟଙ୍କା ଦେବାର ଅଛି କିନ୍ତୁ ଆମେ ଏଭଳି କରି ପାରୁ ନାହୁଁ । କାରଣ ଆମେ ଏପର୍ଯ୍ୟନ୍ତ ଆକାଉଣ୍ଟ ପର୍ଯ୍ୟନ୍ତ ପହଁଚି ପାରୁ ନାହୁଁ ।’
ଏହି ମାମଲାକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ଲୋକଙ୍କ ମତରେ ଏହା ସମ୍ପୂର୍ଣ୍ଣ ଫ୍ରଡ୍ । ଯଦି ଗେରାଲ୍ଡ ଅନ୍ତ ସମ୍ବନ୍ଧୀୟ ରୋଗରେ ପୀଡିତ ଥିଲେ ତେବେ ସେ ଭାରତ କାହିଁକି ଯାଉଥିଲେ ।