ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଶାରଦୀୟ ନବରାତ୍ରି ଆରମ୍ଭ ହେବାକୁ ଆଉ ମାତ୍ର କେଇଟା ଦିନ ରହିଛି । ଧାରାପୃଷ୍ଠରେ ଅବତରଣ କରିବେ ଦୁର୍ଗତିନାଶିନୀ ମା ଦୁର୍ଗା । ଚଳିତ ବର୍ଷ ସେପ୍ଟମ୍ବର ୨୯ ରେ ଶାରଦୀୟ ନବରାତ୍ରି ଆରମ୍ଭ ହେବ । ଏହି ନବରାତ୍ରି ଅବସରରେ ମା ଦୁର୍ଗାଙ୍କ ନଅଟି ସ୍ୱରୂପକୁ ପୂଜାର୍ଚ୍ଚନା କରାଯିବ । ଯେପରିକି ମା ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଦମାତା,କାତ୍ୟାୟନୀ,କାଳରାତ୍ରୀ,ମହାଗୌରୀ ଏବଂ ସିଦ୍ଧଦାତ୍ରୀ ମା ଦୁର୍ଗାଙ୍କର ଭିନ୍ନ ଭିନ୍ନ ରୂପ । ନବରାତ୍ରିର ପ୍ରଥମ ଦିନ କଳଶ ସ୍ଥାପନା ବା ଘଟ ସ୍ଥାପନା କରାଯାଇଥାଏ । ଏହି ନଅ ଦିନ ଯାକ ବ୍ରତ ଧାରୀ ବ୍ରତ ରଖିଥାନ୍ତି ଏବଂ ଅଷ୍ଟମୀ ଏବଂ ନବମୀ ଦିନ କନ୍ୟା ପୂଜା କରାଯାଇଥାଏ ।
ନବରାତ୍ରିର ମହତ୍ୱ: ହିନ୍ଦୁ ଧର୍ମରେ ବହୁତ ମହତ୍ୱ ରହିଛି । ବର୍ଷକ ମଧ୍ୟରେ ସର୍ବମୋଟ ୪ ଥର ନବରାତ୍ରିି ପଡିଥାଏ । ଚୈତ୍ର ଏବଂ ଆଶ୍ୱୀନ ମାସର ଶୁକ୍ଲ ପକ୍ଷ ପ୍ରତିପଦାରେ ପଡୁଥିବା ନବରାତ୍ରିି ବହୁତ ଲୋକପ୍ରିୟ । ଏହାବ୍ୟତିତ ଆଷାଢ ଏବଂ ମାଘ ମାସରେ ଗୁପ୍ତ ନବରାତ୍ରି ପଡିଥାଏ । ତନ୍ତ୍ର ଶାଧନ ପାଇଁ ଏହି ଗୁପ୍ତ ନବରାତ୍ରିର ବିଶେଷ ମହତ୍ୱ ରହିଛି । ମା ଦୁର୍ଗାଙ୍କୁ ପ୍ରସନ୍ନ କରିବା ପାଇଁ ମନ୍ତ୍ର ଶାଧନ କରିଥାନ୍ତି ତାନ୍ତ୍ରିକ । କିନ୍ତୁ ସିଦ୍ଧି ସାଧନା ପାଇଁ ଶାରଦୀୟ ନବରାତ୍ରିର ବିଶେଷ ମହତ୍ୱ ରହିଛି ।
ଶାରଦୀୟ ନବରାତ୍ରିରେ ବିଭିନ୍ନ ଶୁଭକାର୍ଯ୍ୟ କରାଯାଇ ପାରେ । ଏହି ନଅ ଦିନ ମଧ୍ୟରେ କୌଣସି ବିଶେଷ କାର୍ଯ୍ୟ ପାଇଁ ଶୁଭ ମୁହୁର୍ତ୍ତର ୍ରଆବଶ୍ୟକତା ନଥାଏ । ଏହି ଶୁଭ ଅବସରରେ ଲୋକେ ପ୍ରାୟତଃ ଗୃହ ପ୍ରବେଶ ଏବଂ ଗାଡି କିଣିଥାନ୍ତି ।
ତେବେ ଆସନ୍ତୁ ନଜର ପକାଇବା ନବରାତ୍ରିରେ କେଉଁ ଦିନ କେଉଁ ସ୍ୱରୂପ ପୂଜା ପାଇବେ
ସେପ୍ଟମ୍ବର ୨୯, ୨୦୧୯- ନବରାତ୍ରି ପ୍ରଥମ ଦିନ, ଶୈଳପୂତ୍ରୀଙ୍କ ପଜା
ସେପ୍ଟମ୍ବର ୩୦-ଦ୍ୱିତୀୟ ଦିନ, ବ୍ରହ୍ମଚାରଣୀଙ୍କ ପୂଜା
ଅକ୍ଟୋବର ୧-ତୃତୀୟ ଦିନ, ଚନ୍ଦ୍ରଘଂଟାଙ୍କ ପୂଜା
ଅକ୍ଟୋବର ୨-ଚତୁର୍ଥ ଦିନ,କୁଷ୍ମାଣ୍ଡାଙ୍କ ପୂଜା
ଅକ୍ଟୋବର ୩- ପଞ୍ଚମୀ, ସ୍କନ୍ଦମାତାଙ୍କ ପୂଜା
ଅକ୍ଟୋବର ୪- ଷଷ୍ଠୀ,କାତ୍ୟାୟନୀଙ୍କ ପୂଜା
ଅକ୍ଟୋବର ୫- ସପ୍ତମୀ, କାଳରାତ୍ରିଙ୍କ ପୂଜା
ଅକ୍ଟୋବର ୬- ଅଷ୍ଟମୀ, ମହାଗୌରୀଙ୍କ ପୂଜା
ଅକ୍ଟୋବର ୭- ନବମୀ, ନବମୀ ହୋମ ଏବଂ ପାରଣ
ଅକ୍ଟୋବର ୮- ବିଜୟାଦଶମୀ ବା ଦଶହରା ।