ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ବିଧାନସଭା ପରିସର ହେବ ୱାଇଫାଇ । ଏ ନେଇ ଆଜି ବିଭିନ୍ନ ବିଭାଗର ମୁଖ୍ୟ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ବିଭିନ୍ନ ବିଭାଗର ସଚିବ ଓ ମୁଖ୍ୟ ମାନଙ୍କୁ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଭାରତରେ ରାଜ୍ୟ ବିଧାନସଭାକୁ ମଡେଲ ବିଧାନସଭା କରାଯିବାକୁ ଏବେ ଯୋଜନା ପ୍ରସ୍ତୁତ ହେଉଛି । ଗତ ୧୪ ତରିଖରେ ବିଧାୟକ ମାନଙ୍କୁ ନେଇ ଦୁଇ ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଥିଲା ।
ଏଥିରେ ବିଧାୟକ ମାନଙ୍କୁ ବିଭିନ୍ନ ଟେକନିକାଲ ସହିତ ବିଧାନସଭାରେ ସେମାନଙ୍କ ଉଚାର ବ୍ୟବହାର ନେଇ ତାଲିମ ଦିଆଯାଇଥିଲା । ଗତକାଲି ଏହି ଦୁଇ ଦିନିଆ କର୍ମଶାଳା ସରିଥିବା ବେଳେ ଆଜି ବିଧାନସଭା ପରିସରକୁ ୱାଇଫାଇ କରିବା ପାଇଁ ନିଷ୍ପତି ହୋଇଛି । ଅନ୍ୟପଟେ ବିଧାନସଭାକୁ ପେପର ଲେସ କରିବା ପାଇଁ ମଧ୍ୟ ଯୋଜନା ଚାଲିଛି ।
ଗୃହରେ କାର୍ଯ୍ୟକାଳ ସମୟରେ ଟେକନୋଲୋଜିକୁ ଅଧିକ ଗୁରୁତ୍ୱ ଦେବାକୁ ଖସଡା ପ୍ରସ୍ତୁତ ହେଉଥିବା ସୂଚନା ମଳିଛି । ତେବେ ଓଡିଶାରୁ ଏକ କମିଟି ଅନ୍ୟ ରାଜ୍ୟ ଗସ୍ତ କରି ସେ ରାଜ୍ୟର ବିଧାନସଭା ପରିଦର୍ଶନ କରିବେ । ସେମାନେ ଅନ୍ୟ ରାଜ୍ୟରେ ବିଧାନସଭା କେଉଁଭଳି ଭାବେ ଚାଲିଛି ସେନେଇ ତଥ୍ୟ ସଂଗ୍ରହ କରିବା ସହିତ ଆଉ କ’ଣ କଲେ ଭଲ ହେବ ତାହା ପରଖିବେ । ଏହି ଦଳର ପରାମର୍ଶ କ୍ରମେ ଆଗାମୀ ଯୋଜନା ପ୍ରସ୍ତୁତ ହେବ । ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।