ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟ ସରକାରଙ୍କ ନିକଟରେ ରାଜଧାନୀର କଞ୍ଚା ପରିବା ବ୍ୟବସାୟୀ ମହାସଂଘର ୭ ଦଫା ଦାବି । ଯଦି ଦାବି ପୁରଣ ନହୁଏ ତେବେ ଆସନ୍ତା ୨୦ ତାରିଖରୁ ଆନ୍ଦୋଳନକୁ ଓହ୍ଲାଇବେ ୟୁନିଟ୍-୧ ହାଟ ବ୍ୟବସାୟୀ ମହାସଂଘ । ଯାହାଦ୍ୱାରା କଞ୍ଚା ପରିବାର ସଙ୍କଟ ଭୁବନେଶ୍ୱର ସମେତ ରାଜ୍ୟରେ ଦେଖାଦେଇପାରେ ।
ଆଗକୁ ପୂଜା ବଜାର ଥିବା ବେଳେ ପରିବା ସଙ୍କଟ ଆଶଙ୍କା ଅଧିକ ଚିନ୍ତା ବଢାଇଛି । ଏହାସହିତ ଏବେଠୁ କିଛି କିଛି ପରିବା ଦର ବୃଦ୍ଧି ହୋଇଛି । କାରଣ ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ତେଲେଙ୍ଗାନା, ବେଙ୍ଗାଲୁରୁ ରୁ ଆସୁଥିବା ପରିବା ଟ୍ରକ ନ ଆସିବାର ନିଷ୍ପତି ନେଇଛି ପରିବା ବ୍ୟବସାୟୀ ସଂଘ ।