କେନ୍ଦୁଝର ( ଏଟିଆର ବ୍ୟୁରୋ): ଏକ ଟ୍ରକ ଓ ଭ୍ୟାନ ଧକ୍କା ହେବାରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି । ଏମିତି ଏକ ମମିନ୍ତୁଦ ସଡକ ଦୁର୍ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦ ପୁର ୨୦ ନଠ ଜାତୀୟ ରାଜପଥରେ । ଖବର ମୁତାବକ ଡ୍ରାଇଭରକୁ ମିଶାଇ ପରିବାରର ୧୨ ଜଣ ବ୍ୟକ୍ତି ଗୟାରୁ ପିଣ୍ଡଦାନ କରି ମଧ୍ୟ ପ୍ରଦେଶ ଫେରୁଥିବା ବେଳେ ଭ୍ୟାନଟି ଭାରସ୍ୟାମ ହରାଇ ରାସ୍ତା କଡରେ ଠିଆ ହୋଇଥିବା ଏକ ଟ୍ରକ ପଛରେ ଧକ୍କା ଦେବାରୁ ୨ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି ।
ମୃତକ ଦ୍ୱୟ ହେଲେ ମହେଶ ପଣ୍ଡିତ ଓ ମୋତି ସିଂ। ଆହତମାନଙ୍କୁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସମସ୍ତଙ୍କ ଘର ମଧ୍ୟପ୍ରଦେଶ ଗୁନା ଅଞ୍ଚଳରେ ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଏବଂ ଘସିପୁରା ପୋଲିସ ପହଞ୍ଚି ଉଦ୍ଧାର କାର୍ୟ୍ୟ କରିଥିଲେ ।
ପୋଲିସ୍ ମୃତଦେହ ଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଭ୍ୟାନରେ ସମୁଦାୟ ୧୨ ଜଣ ଯାତ୍ରୀ ଥିଲେ । ସେମାନଙ୍କ ମଧ୍ୟରେ ୩ ଜଣ ମହିଳା ଏବଂ ୨ ଶିଶୁ ରହିଥିଲେ । ଦୁର୍ଘଟଣା ପରେ ଟ୍ରକଟି ସେଠାରୁ ଫେରାର ହୋଇ ଯାଇଥିବା ଜଣା ପଡିଛି । ଗତକାଲି ରାତି ୯ ଟାରେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି ।