ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବିକ୍ରମ ଲାଣ୍ଡର ସହ ଯୋଗଯୋଗ କରିବା ପାଇଁ ବହୁତ ଚେଷ୍ଟା ଚଲାଇଛି ଇସ୍ରୋ କିନ୍ତୁ ଏପର୍ଯ୍ୟନ୍ତ ଯୋଗାଯୋଗ ସମ୍ଭବ ହୋଇପାରୁନାହିଁ । ଚନ୍ଦ୍ରପୃଷ୍ଠ ଅନ୍ଧକାର ହେବାକୁ ବସିଲାଣି । ଇତି ମଧ୍ୟରେ ବିକ୍ରମ ସହିତ ଯୋଗାଯୋଗ ହେବାର ସମସ୍ତ ଆଶା ମଉଳି ଯାଇଛି । ଏହାପରେ ବି ଭାରତୀୟଙ୍କ ଆଶା ରହିଥିଲା ଯେ ନାସା ବିକ୍ରମର ଗୋଟେ ଫଟୋ ଉଠାଇ ପଠାଇବ କିନ୍ତୁ ନାସା ଦ୍ୱାରା ବି ଏହା ସମ୍ଭବ ହୋଇପାରିନାହିଁ । ଆମେରିକା ଆନ୍ତରୀକ୍ଷ ଏଜେନ୍ସିର କହିବାନୁଯାୟୀ, ଓର୍ବିଟରରେ ଲାଗିଥିବା କ୍ୟାମେରାର ନିକଟବର୍ତ୍ତି ହୋଇପାରୁନାହାନ୍ତି ।
ନାସାର ଲୁନାର ରିକସେଂନ୍ସ ଅର୍ବିଟର ଯାହା ଗତ ୧୦ ବର୍ଷ ହେବ ଚନ୍ଦ୍ରପୃଷ୍ଠରେ ପରିକ୍ରମା କରୁଥିଲା । ମଙ୍ଗଳବାର ଦିନ ତାହା ସେହି ଦିଗରେ ଗତିକରିଛି ଯେଉଁଠି ଲାଣ୍ଡର ତେରଛା ଭାବେ ପଡି ରହିଛି । ଏନେଇ ନାସାର ବିଜ୍ଞାନ ବିଭାଗର ସାର୍ବଜନିକ ମାମଲାର ଅଧିକାରୀ ଏ ହନ୍ଦଲ କହିଛନ୍ତି , ‘ଲୁନାର ରିକସେଂନ୍ସ ଅର୍ବିଟର କ୍ୟାମେରା(ଏଲଆରଓସି) ଲାଣ୍ଡର ସାଇଟ ର ଆଖପାଖ ଅଞ୍ଚଳର ଫଟୋ ଉଠାଇଛି କିନ୍ତୁ ଲାଣ୍ଡରର ସଠିକ୍ ସ୍ଥାନର ଠିକଣା ପାଇପାରିଲା ନାହିଁ । ହୋଇପାରେ ଲାଣ୍ଡରର ଠିକଣା କ୍ୟାମେରା ରେଞ୍ଜ ର ବାହାରେ ରହିଛି ।’
ଇସ୍ରୋର ଦ୍ୱିତୀୟ ମିଶନ ଥିଲା ଚନ୍ଦ୍ରଯାନ ୨ । ସେପ୍ଟମ୍ବର ୭ ରେ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲାଣ୍ଡିଂ କରିବା ସମୟରେ ଇସ୍ରୋ ସହିତ ବିକ୍ରମର ସମ୍ପର୍କ ଛିନ୍ନ ହୋଇଥିଲା ।