ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରାସ୍ତାରେ ଚାଲୁଥିବା କାର୍ ଆପଣମାନେ ନିଶ୍ଚିତ ରୂପେ ଦେଖିଥିବେ । କିନ୍ତୁ କେବେ ଆକାଶରେ ଉଡୁଥିବା କାର୍ ଦେଖିଛନ୍ତି କି? ଆଜ୍ଞା ହଁ ଏଭଳି ଏକ କାର ତିଆରି କରୁଥିବା ଫ୍ୟାକ୍ଟ୍ରି ଏବେ ଭାରତରେ ଖୋଲିବାକୁ ଯାଉଛି । ଗୁଜୁରାଟ ସରକାର ଏଥିପାଇଁ ଡଚ କମ୍ପାନୀ ପାଲ-୫ କୁ ରାଜ୍ୟରେ ପ୍ଲାଣ୍ଟ ଲଗାଇବା ପାଇଁ , ଜମି, ପାଣି , ବିଦ୍ୟୁତ୍ ଏବଂ ଯଥା ସମ୍ଭବ ସୁବିଧା ଯୋଗାଇ ଦେବା ପାଇଁ ଭରଷା ଦେଇଛନ୍ତି ।
କେବଳ ଏତିକି ନୁହେଁ ଗୁଜୁରାଟ ସରକାର ପକ୍ଷରୁ କମ୍ପାନୀକୁ ଅନ୍ୟ ସମସ୍ତ ସୁବିଧା ଦେବା ପାଇଁ ମଧ୍ୟ କୁହାଯାଇଛି । ପ୍ଲାଣ୍ଟ କରିବା ପାଇଁ ଦେଶର ବିଭିନ୍ନ ରାଜ୍ୟରେ ଜମି ଦେଖିବା ପରେ ଡଚ କମ୍ପାନୀର ସଂସ୍ଥାପକ ଏବଂ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ରୋବର୍ଟ ଡିଜେମେଂସଙ୍କ ନେତୃତ୍ୱରେ କମ୍ପାନୀ ଅଧିକାରୀ ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ସହ ସାକ୍ଷାତ କରିଛନ୍ତି । ଏହାସହିତ ଭାରତରେ ଡଚ ଆମ୍ବାସାଡାର , ଦୂତାବାସଙ୍କ ଅଧିକାରୀ ବି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ।
କମ୍ପାନୀର ଅଧିକାରୀ କହିଛନ୍ତି କି, ଭାରତର ଅନ୍ୟ ରାଜ୍ୟରେ ବି ପ୍ଲାଣ୍ଟ ପାଇଁ ଜମି ଖୋଜା ଚାଲିଛି । କମ୍ପାନୀ ମତରେ ୨୦୧୪ ସୁଧା ଦୁନିଆରେ ଉଡା କାର୍ ବଜାରର ଚାହିଦା ଅଧିକ ବଢିଯିବ । ଏହି କାର୍ ର ଓଜନ ୯୧୦ କିଲୋଗ୍ରାମ ରହିବ । ପ୍ରତିଘଣ୍ଟାରେ ଅନ୍ ରୋଡ୍ ସ୍ପିଡ୍ ୧୬୦ କି.ମି ରହିଥିବା ବେଳେ ଆକାଶରେ ଉଡିଲା ବେଳେ ଘଣ୍ଟା ପ୍ରତି ସ୍ପିଡ୍ ୧୯୦ କି.ମି ରହିବ ।