ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ଏବେ ସ୍ମାର୍ଟଫୋନଗୁଡିକରେ ଲୋକପ୍ରିୟ ହେଉଛି ଡାର୍କ ମୋଡ । ଏହାକୁ ଦୃଷ୍ଟିରେ ରଖି ଗୁଗଲ ମ୍ୟାପ୍ସ ର ଆଇଓଏସ ଆପ ରେ ମଧ୍ୟ ଏବେ ଡାର୍କ ମୋଡ ଫିଚର ସାମିଲ କରାଯାଇଛି । ଗୁଗଲ ,ଆଇଓଏସ ୧୩ ରେ କାମ କରୁଥିବା ଆପଲ ଡିଭାଇସ ପାଇଁ ଡାର୍କ ମୋଡର ସପୋର୍ଟ କୁ ସାମିଲ କରିଛି । ସବୁଠାରୁ ବଡ କଥା ହେଉଛି ଗୁଗଲଗୁ ଆଣ୍ଡ୍ରୋଏଡ ଏବଂ ଆଇଓଏସ ରେ ଡାର୍କ ମୋଡ ଦେବା ପାଇଁ ପାଖାପାଖି ଦୁଇ ବର୍ଷ ସମୟ ଲାଗିଗଲା ।
କିଭଳି କରିବେ ଆଇଓଏସରେ ଗୁଗଲ ମ୍ୟାପ୍ସରେ ଡାର୍କ ମୋଡ ଆକ୍ଟିଭ:
– ଗୁଗଲ ମ୍ୟାପ୍ସକୁ ଡାଉନଲୋଡ କରି ନିଜ ଜିମେଲ ଆକାଉଣ୍ଟରୁ ଏଥିରେ ଲଗଇନ୍ କରନ୍ତୁ ।
– ରାଇଟ ସାଇଡ ର ଉପରେ ଥିବା ପ୍ରୋଫାଇଲ ପିକଚର ଉପରେ କ୍ଲିକ କରନ୍ତୁ ।
– ଏହାପରେ ସେଟିଙ୍ଗ ଉପରେ କ୍ଲିକ କରନ୍ତୁ ଏବଂ ଡାର୍କ ମୋଡକୁ ସିଲେକ୍ଟ କରନ୍ତୁ । ସେଠାରେ ଆପଣ ଡାର୍କ ମୋଡକୁ ଅନ୍ ଅଫ୍ କରି ପାରିବେ ।
ସୂଚନାଯୋଗ୍ୟ, ଚଳିତବର୍ଷ ଫେବୃଆରୀରେ ଗୁଗଲ, ଆଣ୍ଡ୍ରୋଏଡ ୟୁଜର୍ସଙ୍କ ପାଇଁ ତାର ମ୍ୟାପ୍ସରେ ଡାର୍କ ମୋଡ ସାମିଲ କରିଥିଲା ।